ଖପ୍ରାଖୋଲରେ ବ୍ଲକସ୍ତରୀୟ ଶିଶୁ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ବ୍ଲକର ୧୪ଟି କ୍ଲଷ୍ଟରକୁ ନେଇ ଖପ୍ରାଖୋଲ ସରକାରୀ ହାଇସ୍କୁଲଠାରେ ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଖପ୍ରାଖୋଲ ବ୍ଲକ ଶିକ୍ଷାଧିକାରୀ ଦେବରାଜ ପାଣିଗ୍ରାହୀଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ, ଗୋଷ୍ଠୀ ଶିକ୍ଷା ସାଧନ କେନ୍ଦ୍ର ସଂଯୋଜକ ମିନିକେତନ ବରିହା, ଖପ୍ରାଖୋଲ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଖିରଦିନୀ ଭୋଇ, ଖପ୍ରାଖୋଲ ସରପଞ୍ଚ ବେଟିଖାଇ ସେନ୍ଦ୍ରିଆ, ମହରାପଦର ସରପଞ୍ଚ ସୁମତି ପଧାନ ଓ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ସୁଶୀଲ ପୋଢ଼ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଶିକ୍ଷୟିତ୍ରୀ ସବିତା ମହରା ଓ ଦେବରାଜ ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୪ଟି କ୍ଲଷ୍ଟର ଯଥା ବାଗମୁଣ୍ଡ, ଲୁହାସିଂଙ୍ଗା, ଦମାଇଁପାଲି, ଭାନପୁର, ଓଡ଼ିଆପାଲି, ପଡ଼ିଆବାହାଲ, ଧଣ୍ଡାମୁଣ୍ଡା, ଖପ୍ରାଖୋଲ, ରେଙ୍ଗାଲି, ତେଲେନପାଲି, ଟଙ୍କପାଣି, ଲାଠୋର, ଜାମଚୁଆଁ ଓ ଫୁଲକିମୁଣ୍ଡା କ୍ଲଷ୍ଟରରୁ ପ୍ରାୟ ୨୮୦ ଜଣ ଛାତ୍ରୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଚିତ୍ରାଙ୍କନ, ବିତର୍କ, ସାଧାରଣଜ୍ଞାନ, ବକ୍ତୃତା, ସଂଗୀତ, ସୃଜନାତ୍ମକ ଲିଖନ, ଅଭିନୟ, ନୃତ୍ୟ, ଚାରୁକଳା ଓ ଶିଳ୍ପକଳା ଆଦି ପ୍ରତିଯୋଗିତା କରାଯାଇଥିଲା । ଲାଠୋର ନୋଡାଲ ଉନ୍ନତି ବିଦ୍ୟାଳୟ ଓ ଭାନପୁର ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ଵାରା ପରିବେଶିତ ହୋଇଥିବା କନ୍ୟାଭୃଣ ହତ୍ୟା, ନାରୀ ସଶକ୍ତିକରଣ, ଝିଅମାନଙ୍କୁ ପାଠ ପଢାଇବା ବାପା ମାଆଙ୍କ ଅନାଗ୍ରହ ପ୍ରତିବନ୍ଧକ ଦୂର କରି ପାଠ ପଢି ବଡ଼ ହୋଇ ସହଯୋଗ କରିବା, ସମାଜରେ ନାରୀ ପ୍ରତି ହେଉଥିବା ଅନ୍ୟାୟ ପ୍ରତି ଲଢେଇ କରିବା ଆଦି ଉପରେ ଆଧାରିତ ଦଳୀୟ ପରିବେଷଣ ବେଶ ଆକର୍ଷଣୀୟ ହୋଇପାରିଥିଲା । ଏଥିରେ ବିଚାରକ ଭାବେ ଗୋପୀନାଥ ସାହୁ, ବନମାଳି ସାହୁ, କୁଞ୍ଜବିହାରୀ ସରାଫ, ଧରମ ସିଂ ଧରୁଆ, ପାଞ୍ଚନନ କରନ, ହେମନ୍ତ ଭୋଇ, ଆକାଶ ମଣ୍ଡଳ, ଶଶୀକାନ୍ତ ବିଶି, ତୀର୍ଥ ଧରୁଆ, ଦେବରାଜ ପାଣିଗ୍ରାହୀ, ସବିତା ମହରା, ନମିତା ମଣ୍ଡଳ, ମନୋରମା ନାଏକ, ମିଠାଲାଲ ସୁନା, ଗୋକୁଳ ମେହେର, ଟିକେଲାଲ ମହାନନ୍ଦ ଓ ସମସ୍ତ ଅଫିସ କର୍ମଚାରୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ । ଦ୍ୱିତୀୟ ପର୍ଯ୍ୟାୟ ତଥା ଉଦ୍‌ଯାପନୀ ଉତ୍ସବରେ ବ୍ଲକ ଚେୟାରମ୍ୟାନ ନିରୁପମା ପଟେଲ ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ପୁରୋହିତ ଅଧ୍ୟକ୍ଷତା, ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ମିନିକେତନ ବରିହା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଯେ, ଶିଶୁମାନଙ୍କ ମଧ୍ୟରେ ଅନ୍ତର୍ନିହିତ ଶକ୍ତିର ବିକାଶ ପାଇଁ ଏଭଳି କାର୍ଯ୍ୟକ୍ରମ ବହୁ ଉପାଦେୟତା ହୋଇଥାଏ । ଏହାଦ୍ୱାରା ସେମାନଙ୍କ ମଧ୍ୟରେ ଆତ୍ମବିଶ୍ୱାସ ବୃଦ୍ଧି ହେବା ସହ ସେମାନଙ୍କ ମାନସିକ ଶକ୍ତି ଦୃଢ ହୋଇଥାଏ । ସୂଚନାଯୋଗ୍ୟ ଯେ, ଏହି ବ୍ଲକସ୍ତରୀୟ ଶିଶୁ ମହୋତ୍ସବ ସୁରଭିରେ ସଫଳତା ହାସଲ କରିଥିବା ପ୍ରତିଯୋଗୀଙ୍କୁ ଜିଲ୍ଲାସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆର୍‌ସିସି, ବହୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ ତଥା ବ୍ଲକ କାର୍ଯ୍ୟାଳୟର କର୍ମଚାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ କୁଞ୍ଜବିହାରୀ ସରାଫ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

error: Content is protected !!