ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଜାମପଡ଼ା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ସମାଜସେବୀ, ଶିକ୍ଷାବିତ ତଥା ସ୍ଥାନୀୟ ସରପଞ୍ଚ ନରେଶ ଅଗ୍ରୱାଲ, ସମ୍ମାନିତ ଅତିଥି ଭାବରେ ଏଡ଼ିଇଓ ପ୍ରବୀର କୁମାର ପଣ୍ଡା ଓ ବିଇଓ ଆର୍ତ୍ତତ୍ରାଣ ରଥ ଏବଂ ସଂଯୋଜକ ବିଆର୍‌ସିସି କମ୍‌ ଏବିଇଓ ଅଭିରାମ ମାଝୀ ତଥା ଏବିଇଓ କୋଦଣ୍ଡଧର ଭୋଇ ଏବଂ ଜାମପଡ଼ା ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ଵନାଥ ମିଶ୍ର ମଞ୍ଚାସୀନ ଥିଲେ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ସମସ୍ତ ଅତିଥି ବୃନ୍ଦ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା ପରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସ୍ଥାନୀୟ ସରପଞ୍ଚ ତଥା ସମସ୍ତ ଅତିଥି ବୃନ୍ଦ ସୁରଭି କାର୍ଯ୍ୟକ୍ରମର ମହତ୍ତ୍ୱ ତଥା ଶିଶୁମାନଙ୍କର ଅନ୍ତର୍ନିହିତ ପ୍ରତିଭାର କିପରି ବିକାଶ ହୋଇପାରିବ ସେ ଉପରେ ଉଦ୍‌ବୋଧନ ଦେଇଥିଲେ । ଟିଟିଲାଗଡ଼ ବ୍ଲକ ଅନ୍ତର୍ଗତ ସମସ୍ତ ୧୪ଟି କ୍ଲଷ୍ଟରରୁ ଛାତ୍ରଛାତ୍ରୀ ତଥା ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ସି.ଆର୍‌.ସି.ସି.ମାନେ ଏହି ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ । ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ପ୍ରଥମ, ଦ୍ଵିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ସହ ଟ୍ରଫି ପ୍ରଦାନ କରାଯାଇଥିଲା । ମଞ୍ଚ ପରିଚାଳନା ସି.ଆର.୍‌ସି.ସି. ଲିଙ୍ଗରାଜ ନାଗ ଏବଂ ଖୋଲାନ ସି.ଆର୍‌.ସି.ସି ପଦ୍ମଲୋଚନ ମାଝୀ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Leave A Reply

Your email address will not be published.