ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅନ୍ତର୍ଗତ ବୁଢ଼ାବାହାଲ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉଲ୍ଲାସପୂର୍ଣ୍ଣ କାର୍ଯ୍ୟକ୍ରମରେ କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ଶିଶୁମାନେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀମାନେ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମକୁ ଯିବା ପାଇଁ ମନୋନୀତ ହୋଇଥିଲେ । ନୂତନ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରବୀର ଚନ୍ଦ୍ର ମେହେର ସଭାପତିତ୍ୱ କରିଥିବା ବେଳେ ଆବାହକ ଭାବରେ ସିଆର୍ସିସି ଲବ ଦଣ୍ଡସେନା କାର୍ଯ୍ୟ ନିର୍ବାହ କରିଥିଲେ । ଏହି ଅବସରରେ ବ୍ଲକ ରିସୋର୍ସ ସେଣ୍ଟର ସଂଯୋଜକ ନାରାୟଣ ଭୋଇ, ସହାୟକ ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର ସାହୁ ମୁଖ୍ୟ ଅତିଥି ଭାବରେ ଉପସ୍ଥିତ ଥିଲେ । ଶିକ୍ଷାବିତ ବରୁଣ ସାହୁ, ଅବସରପ୍ରାପ୍ତ ଶିକ୍ଷକ ମଦନ ମୋହନ ମିଶ୍ର, ସମାଜସେବୀ ବିନାୟକ ବେହେରା, ସୁଶିଲ ସାହୁ, ଧନବର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଧନେଶ୍ଵର ମାଝୀ, ପ୍ରଭାକର ଭୋଇ, ମୁକେଶ ଭୋଇ, ପ୍ରଫୁଲ୍ଲ ଷଡଙ୍ଗୀ, ବେଣୁଧର କତୁଆ, ପ୍ରମୋଦ ମେହେର ଉପସ୍ଥିତ ଥିଲେ । ପ୍ରମିତ୍ ମେହେର, ଉମେଶ ମେହେର, ସୁବାଷ ହରପାଲ, ଲାବନ୍ୟା ସୁନା, ପ୍ରସନ୍ନ ମେହେର, ନିଖିଲେଶ ନାଏକ, ରୋହିତ ନାଗ୍, ମାନସୀ ଦାସ, ସୌଭାଗ୍ୟ ଛତ୍ରିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ଦାୟିତ୍ୱ ତୁଳାଇଥିଲେ । ଏହି ମହୋତ୍ସବ ଜରିଆରେ ଛାତ୍ରଛାତ୍ରୀମାନେ ନୃତ୍ୟ, ସଙ୍ଗୀତ, କବିତା ଆଦି ବିଭିନ୍ନ ସାଂସ୍କୃତିକ ପ୍ରତିଯୋଗିତାରେ ନିଜ ପ୍ରତିଭା ପରିଚୟ ଦେଇଥିଲେ । ପରିଶେଷରେ ଶିକ୍ଷକ ପ୍ରଭାକର ଭୋଇ ଧନ୍ୟବାଦ ଅର୍ପଣ କରିଥିଲେ ।