ସୁବର୍ଣ୍ଣପୁର, (କେପିଏନ୍ଏସ୍) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ରାମପୁର କ୍ଲଷ୍ଟର ଅନ୍ତର୍ଗତ ରାମପୁର ଉଚ୍ଚ ବିଦ୍ୟାଳୟ ପରିସରରେ ରାମପୁର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ପ୍ରଦୀପ୍ତ କିଶୋର ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନଶିକ୍ଷକ ବିଶ୍ଵନାଥ ମେହେର ସଭାପତିତ୍ୱ କରିଥିଲେ । ମୁଖ୍ୟଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଞ୍ଜଲୁ ମିର୍ଦ୍ଧା ଯୋଗଦେଇ ଛାତ୍ରଛାତ୍ରୀଙ୍କ ସୃଜନଶୀଳତାର ପ୍ରକୃଷ୍ଟ ମାଧ୍ୟମ ସୁରଭି ବୋଲି ମତବ୍ୟକ୍ତ କରିଥିଲେ । ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ପ୍ରାଣବନ୍ଧୁ ହୋତା, ସମ୍ମାନିତ ଅତିଥି ଭାବେ ସମାଜସେବୀ ଭରତ ଭୂଷଣ ପୂଜାରୀ ଓ ଶିକ୍ଷାବିତ ଡାକ୍ତର ପତି ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲେ । କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟରୁ ଛାତ୍ରଛାତ୍ରୀ ଯୋଗଦେଇ ସାଂସ୍କୃତିକ କାର୍ଯ୍ୟକ୍ରମ, ଗୀତ, ବକ୍ତୃତା, ଚିତ୍ରାଙ୍କନ, ସୃଜନଶୀଳ ଲିଖନ, କୁଇଜ୍ ପରି ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ । ପ୍ରଥମ ତିନୋଟି ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ସହ ପୁରସ୍କୃତ କରାଯାଇଥିଲା । ରାମପୁର ଉଚ୍ଚ ବିଦ୍ୟାଳୟର ଶିକ୍ଷକ ବିଶ୍ୱ ସମ୍ରାଟ ଭୋଇ ଓ ନୋଡାଲ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ସୁଧୀର ଗଡତିଆ ସଂଯୋଜନା କରିଥିଲେ । କ୍ଲଷ୍ଟରର ସମସ୍ତ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ କର୍ମଚାରୀ ସହଯୋଗ କରିଥିଲେ ଏବଂ ରାମପୁର, ସାନଭାଲୁପାଲି, ଟାଙ୍ଗର କରଲେ, ନାଇକେନପାଲି, ଚନ୍ଦଲି ଆଦି ପାଖ ଗାଁର ଅଭିଭାବକ ମାନଙ୍କର ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା । ଶେଷରେ ସିଆର୍ସିସି ପ୍ରଦୀପ୍ତ କିଶୋର ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।
Prev Post