ଡୁମ୍ବେରବାହାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଡୁମ୍ବେରବାହାଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ହୃଷିକେଶ ବାଗଙ୍କ ସଭାପତିତ୍ୱରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ପାଇକମାଲ ବିଇଓ ଅଦନ ସୁନା ଓ ସମ୍ମାନିତ ଅତିଥି ଭାବରେ ଶାନ୍ତିକୁଞ୍ଜ ପ୍ରତିନିଧି ପ୍ରମୋଦ କୁମାର ଭୋଇ, ବିନୋଦ ମେହେର ଯୋଗ ଦେଇଥିଲେ । ଏଥିରେ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଶିକ୍ଷକ ବାବୁଲାଲ ଧରୁଆ,ସୁଦାମ କନ୍ଧେର, ଗୌତମ ଛତର ପ୍ରମୁଖ ପରିଚାଳନାରେ ସହଯୋଗ କରିଥିବା ବେଳେ ଶିକ୍ଷକ ଡେଜଲିଂ ଦନ୍ତା ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.