ଗୁଡଭେଲା ବ୍ଲକସ୍ତରୀୟ ସୁରଭି – ୨୦୨୪ ଅନୁଷ୍ଠିତ

ଗୁଡଭେଲା, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକସ୍ତରୀୟ ସୁରଭି – ୨୦୨୪ ସ୍ଥାନୀୟ ହାଇସ୍କୁଲ ଠାରେ ପୂର୍ବାହ୍ନ ୧୦ ଟା ସମୟରେ ପ୍ରଧାନ ଶିକ୍ଷକ ଜୁଗଳ କିଶୋର ସାହୁଙ୍କ ପୌରହିତ୍ୟରେ ଉଦ୍‌ଘାଟିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥିଭାବେ ବିଇଓ ରୁଷିଆ ମେହେର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ଏବିଇଓ ରମେଶ ଚନ୍ଦ୍ର ସାମର୍ଥ, ସୁରେନ୍ଦ୍ର ସୁନା ଓ ବିପିନ ବାଗ ଯୋଗ ଦେଇଥିଲେ । ପରିଚୟ ପ୍ରଦାନ ତୁଷୁରା ସିଆର୍‌ସିସି ଜଗମୋହନ ତ୍ରିପାଠୀ କରିଥିଲେ ଓ ସଭାଶେଷରେ ଧିମାନ ବଳ ଧନ୍ୟବାଦ ଅର୍ପଣ କରିଥିଲେ । ସଭା ସଞ୍ଚାଳନ ସନ୍ତୋଷ ସାହୁ କରିଥିଲେ । ଉଦ୍‌ଯାପନୀ ଉତ୍ସବରେ ବିଇଓ ରୁଷିଆ ମେହେରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସ୍ଥାନୀୟ ସରପଞ୍ଚ ସଂତୋଷିନୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମିତି ସଭ୍ୟା ପ୍ରମିଳା ରଣା, ଏବିଇଓ ରମେଶ ଚନ୍ଦ୍ର ସାମର୍ଥ ଓ ବିପିନ ବାଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ପରିଚୟ ପ୍ରଦାନ ସନ୍ତୋଷ ସାହୁ କରିଥିଲେ ଓ ସୁରେନ୍ଦ୍ର ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ସିଆର୍‌ସିସି ଜଗମୋହନ ତ୍ରିପାଠୀ ସଭା ସଞ୍ଚାଳନ କରିଥିଲେ । ମୋଟ ୨୯ଟି ବିଭାଗର କୃତୀ ପ୍ରତିଯୋଗୀମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ତୁଷୁରା ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସାଂସ୍କୃତିକ ଦଳ ପାୟଲ ସୁନା ଓ ଗ୍ରୁପ୍ ଜିଲ୍ଲାସ୍ତରୀୟ ସୁରଭି ପାଇଁ ମନୋନୀତ ହୋଇଥିଲେ । ଗତ ମାଟ୍ରିକ ପରୀକ୍ଷାର ଟପ୍ପର ହୋଇଥିବା ସ୍ଵସ୍ତି ବିଦ୍ୟାପୀଠର ତନିଶ ପୁଟେଲ ଓ ତେନ୍ତୁଳିଖୁଣ୍ଟି ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର କଳା ଟପ୍ପର ସୁବଳ ନାଗଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ଏଥିରେ ବ୍ଲକର ସମସ୍ତ ସିଆର୍‌ସିସି, ଶିକ୍ଷକ,ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ବିଇଓ ଅଫିସ ଷ୍ଟାଫ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!