ଦହିଗାଁ କ୍ଲଷ୍ଟରସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଜମରତଲା ଗ୍ରାମ ପଞ୍ଚାୟତ ସ୍ଥିତ ଫାଇଭ୍‌-ଟି ସ୍କୁଲ ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦହିଗାଁ କ୍ଲଷ୍ଟରସ୍ତରୀୟ ସୁରଭି ୨୦୨୩ କାର୍ଯ୍ୟକ୍ରମ ପ୍ରଧାନ ଶିକ୍ଷକ ରାଜେଶ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ସର୍ବ ପ୍ରଥମେ ଜମରତଲା ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଂଗୀତ ଗାନ ଓ ସରସ୍ୱତୀ ବନ୍ଦନା ପରେ, କ୍ଲଷ୍ଟର ସଂଯୋଜକ ସଞ୍ଜୟ ପଟେଲ ଓ ସହକାରୀ ଶିକ୍ଷକ ରୂପଧର ନାୟକ, ରାଜେନ୍ଦ୍ର ମହାନ୍ତିଙ୍କ ସମ୍ପାଦନାରେ ସଂଗୀତ, ନୃତ୍ୟ, ମିଲେଟ, କୁଇଜ, ତର୍କ, ବକ୍ତୃତା, ଚିତ୍ରାଙ୍କନ, ଜୁନିଅର ଓ ସିନିଅର ଗ୍ରୁପ ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ନୃତ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ଉଚ୍ଚ ବିଦ୍ୟାଳୟ ବିରିପାଲି ପ୍ରଥମ, ଜମରତଲା ଉନ୍ନୀତ ଉଚ୍ଚ ବିଦ୍ୟାଳୟ ଓ ଦହିଗାଁ ହାଇସ୍କୁଲ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ପ୍ରତ୍ୟେକ ବିଭାଗର କୃତି ପ୍ରତିଯୋଗୀମାନଙ୍କୁ ଅବସରପ୍ରାପ୍ତ ଶିକ୍ଷକ ସୁରେଶ ସାହୁ ଓ ଜଳଧର ବିଶ୍ୱାଳ ଯଥାକ୍ରମେ ସମ୍ମାନିତ ଅତିଥି ରୂପେ ଯୋଗଦେଇ ପୁରସ୍କୃତ କରିଥିଲେ । କ୍ଲଷ୍ଟର ସ୍ଥିତ ପ୍ରତ୍ୟେକ ବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ, ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକର ବିଭିନ୍ନ ବିଭାଗର ଦାୟିତ୍ୱରେ ରହି ବିଚାରକ ଦାୟିତ୍ୱ ଓ ଅନ୍ୟାନ୍ୟ କାର୍ଯ୍ୟରେ ସହଯୋଗ କରିଥିଲେ । ଜମରତଲା ବିଦ୍ୟାଳୟର ସହକାରୀ ଶିକ୍ଷକ କୁଳମଣି ପ୍ରଧାନ, ଘନଶ୍ୟାମ ସାହୁ, ସାନନ୍ଦ ମହାନନ୍ଦ ପ୍ରମୁଖ ସହଯୋଗ କରିଥିଲେ । ରଘୁନାଥ ପୁରୀ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.