ମାୟାବର୍ହା କ୍ଲଷ୍ଟରସ୍ତରୀୟ ସୁରଭି ଆୟୋଜିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ମାୟାବାର୍ହା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ ଓଡିଶା ମିଲେଟ ଆୟୋଜିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ମୌନାବତୀ ଜାଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଗୋଷ୍ଠୀ ଶିକ୍ଷାଧିକାରୀ ଗଣେଷ କିଷାନ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବାର୍ହାର ପ୍ରଧାନ ଶିକ୍ଷକ ରବିଚନ୍ଦ୍ର ପଶାୟତ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଶିଶୁମାନଙ୍କ ସାମଗ୍ରିକ ବିକାଶରେ ସୁରଭି ଓ ମିଲେଟ ମିଶନ ଏକ ଅଭିନବ ଆନ୍ଦୋଳନ ବୋଲି ମତବ୍ୟକ୍ତ କରିଥିଲେ । ସମ୍ମାନିତ ଅତିଥି ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାମପୁର ଡାକ୍ତର ପତି, ବଡକର୍ଲେ ହାଇସ୍କଲର ପ୍ରଧାନ ଶିକ୍ଷକ ପ୍ରମୋଦ ପ୍ରଧାନ ଯୋଗଦେଇ ମତବ୍ୟକ୍ତ କରିଥିଲେ । ସହକାରୀ ଶିକ୍ଷକ ସୁଶୀଲ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସାଧନ କେନ୍ଦ୍ର ସଂଯୋଜକ ଜୟ ଶ୍ରୀରାମ ସିକନ୍ଦର ସଂଯୋଜନା କରିଥିଲେ । କ୍ଲଷ୍ଟରର ଶିକ୍ଷକ ନନ୍ଦିଘୋଷ ବାରିକ, ଅଶ୍ୱିନୀ ପଧାନ, ଆର୍ତ୍ତତାଣ ପଧାନ, ବିନୋଦ ବେହେରା, ନନ୍ଦିନୀ ମେହେର, ଲୋକନାରାୟଣ ମହାନନ୍ଦ, କୃଷ୍ଣଚନ୍ଦ୍ର ବାରିକ, ମେରୁଧର ପାତ୍ର, ତପସ୍ୱିନୀ ଦାଶ, ଶ୍ୟାମ ପଧାନ, ପଦ୍ମାବତୀ ମେହେର ଓ ଚନ୍ଦ୍ରମା ମହାପାତ୍ର ପ୍ରମୁଖ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ । ଶିକ୍ଷାକର୍ମୀ ଗୁନାରୁ ବାଘ ଅମର ସିଂହ ସହଯୋଗ କରିଥିଲେ । ୧୨ ଗୋଟି ବିଦ୍ୟାଳୟର ୧୫୨ଜଣ ଛାତ୍ରଛାତ୍ରୀ ଗୀତ, ସାଂସ୍କୃତିକ କାର୍ଯ୍ୟକ୍ରମ, ବକୃତା, କୁଇଜ, ସୃଜନାତ୍ମକ ଲିଖନ, ରଚନା ଲିଖନ ପ୍ରଭୃତି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ । କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପ୍ରମାଣ ପତ୍ର ଓ ଟ୍ରଫି ସହ ପୁରସ୍କୃତ କରାଯାଇଥିଲା ।

Leave A Reply

Your email address will not be published.