ଖପ୍ରାଖୋଲରେ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୧ ପାଳିତ

ପାଟଣାଗଡ, (ଗୋରେଖନାଥ ବରିହା) : ପାଟଣାଗଡ ଉପଖଣ୍ଡ ଖପ୍ରାଖୋଲ ଗୋଷ୍ଠୀ ସାଧନ କେନ୍ଦ୍ର ପକ୍ଷରୁ ବ୍ଳକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ ଖପ୍ରାଖୋଲ ନୋଡାଲ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୪ କ୍ଲଷ୍ଟର ଅଷ୍ଟମ ଶ୍ରେଣୀରେ ଶିକ୍ଷାର୍ଥୀମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ବିରେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଘାଟନି ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଂଜନ ରାଉତ ମୁଖ୍ୟ ଅତିଥି, ଏବିଓ ମିନକେତନ ବରିହା ମୁଖ୍ୟବକ୍ତା, ଉଚ୍ଚ ବିଦ୍ୟାଳୟ ଖପ୍ରାଖୋଲ ପ୍ରଧାନ ଶିକ୍ଷକ ଇସ୍‌ପାଳ ସୁନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ଅନୁଷ୍ଠିତ ସୁରଭି କାର୍ଯ୍ୟକ୍ରମରେ ବକୃତା ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ପଞ୍ଚାୟତ ହାଇସ୍କୁଲ ବାଘ ମୁଣ୍ଡର ଇନ୍ଦୁମତୀ ସୁନା, ପ୍ରବନ୍ଧରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଓଡ଼ିଶା ଆର୍ଦଶ ବିଦ୍ୟାଳୟ ଖପ୍ରାଖୋଲର ନିରାକାର ସାହୁ, ଚିତ୍ରାଙ୍କନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ଉଚ୍ଚ ବିଦ୍ୟାଳୟ ଚଚରାଭଟାର କୁସୁମତୀ ବରିହା, ଭିନ୍ନକ୍ଷମ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବାଘ ମୁଣ୍ଡର ଚୁଡ଼ାମଣି ପ୍ରଧାନ, ନୋଡାଲ ଉଚ୍ଚ ବିଦ୍ୟାଳୟ ପଡିଆବାହାଲର କୁନ୍ତୀ, ଛତର ସଂଗିତରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦଳୀୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିବା ପ୍ରତିଯୋଗୀ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ମନୋନୀତ ହୋଇଥିଲେ । ବିଚାରକ ମଣ୍ଡଳୀରେ ବିଚାରକ ଭାବେ ବନମାଳୀ ସାହୁ, ଗୋପିନାଥ ସାହୁ, କୁଞ୍ଜବିହାରୀ ସରାଫ, ଓମ୍ ପ୍ରକାଶ ମେହେର, ସାବିତ୍ରୀ ସାହୁ, ରମେଶ ଭୋଇ, ସତ୍ୟବାନ ସାହୁ, ଶଂଖଧର ମାଝୀ, ଗୋଲାପ ବିଶି, ହେମନ୍ତ କୁମାର ଭୋଇ, ଜିତେନ୍ଦ୍ର ପ୍ରସାଦ ପଣ୍ଡା, ସତ୍ୟନାରାୟଣ ବେହେରା, ନମିତା ମଣ୍ଡଳ, ବିଭୁତି ଭୁଷଣ ମେହେର, ଉପେନ୍ଦ୍ର ସୁନା, ସୁବାଷ ଚନ୍ଦ୍ର ନାଗ ପ୍ରମୁଖ ଯୋଗ ଦେଇଥିବା ବେଳେ ବିଚାରଟି ଗୋକୁଳ ମେହେର, ଶ୍ରୀପତି କୁମ୍ଭାର, ସରୋଜ କାନ୍ତ ପାଣିଗ୍ରାହୀ, ଗୌରଚରଣ ବାରିକ, ଶାନ୍ତନୁ କୁମାର ବାରିକ, ଦିନବନ୍ଧୁ ନାଗ, କୃଷ୍ଣ ଭୋଇ, ଜଗନ୍ନାଥ ପାଣ୍ଡେ ପ୍ରମୁଖଙ୍କ ସହ ଖପ୍ରାଖୋଲ ଉଚ୍ଚ ବିଦ୍ୟାଳୟର ସମସ୍ତ କର୍ମଚାରୀ ସଫଳତାର ସହ ସହଯୋଗ କରିଥିଲେ । ଦେବରାଜ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ସିଆରସିସି ଶାନ୍ତନୁ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.