oom

ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ ଶୂନ୍ୟଛାୟା ଦିବସ ପାଳିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟ ପରିସରରେ ଶୂନ୍ୟ ଛାୟା ଦିବସ ପାଳିତ ହୋଇଯାଇଛି । ପ୍ରକାଶ ଥାଉକି ବିଶ୍ଵର ପ୍ରତ୍ୟେକ ସ୍ଥାନରେ ଅକ୍ଷାଂଶ ଆଉ ଦ୍ରାଘିମାର ସ୍ଥିତି ଅନୁସାରେ ଶୂନ୍ୟ ଛାୟା ଦିବସ ପାଳନର ତାରିଖ ନିର୍ଦ୍ଧାରିତ ହୋଇଥାଏ । ଏହା ବର୍ଷକୁ ଦୁଇ ଥର ଅନୁଭୂତ ହୁଏ । ବଲାଙ୍ଗିର ୨୦.୭୦୧୧ ଡିଗ୍ରୀ ଉତ୍ତର ଅକ୍ଷାଂଶ ତଥା ୮୦.୪୮୪୬ ଡିଗ୍ରି ପୂର୍ବ ଦ୍ରାଘିମା ରେଖାରେ ଅବସ୍ଥିତ । ତେଣୁ ମଇ ମାସ ୨୩ ତାରିଖ ପୂର୍ବାହ୍ନ ୧୧.୫୪ ଘଟିକା ସମୟରେ ଠିକ୍ ଏହି ଜାଗତିକ ଦୃଶ୍ୟ ଏଠି ଦୃଶ୍ୟମାନ ହୋଇଥିଲା । ଜିଲ୍ଲା ବିଜ୍ଞାନ ନିରୀକ୍ଷକ ରାଜେଶ ମିଶ୍ର, ସାଧନ କର୍ମୀ ବିଜ୍ଞାନ ଶିକ୍ଷକ ଶିବପ୍ରସାଦ ତ୍ରିପାଠୀ, ଅନିଲ ନନ୍ଦ, ଅଶ୍ଵିନି ଷଡଙ୍ଗୀ, କର୍ମଚାରୀ କରୁଣା ସା ତଥା “ଖୋଜ”ର ସଦସ୍ୟମାନଙ୍କ ଉପସ୍ଥିତିରେ ଏହି ଦିବସ ପାଳନ କରିବା ସହିତ ପ୍ରାକ୍ଟିକାଲ ମାଧ୍ୟମରେ ଏହାକୁ ଦର୍ଶାଯାଇଥିଲା ।

jittmm
Leave A Reply

Your email address will not be published.