oom

ଆମ୍ବପାଲି ପିଇଓ ସୁନୀଲ ପଧାନଙ୍କ ପରଲୋକ

jsmm

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକର କାର୍ଯ୍ୟରତ କାର୍ଯ୍ୟ ନିର୍ବାହୀ ଅଧିକାରୀ ସୁନୀଲ ପଧାନଙ୍କ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଥିବା ଜଣାପଡିଛି । ତେବେ ସେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜରେ ଭର୍ତ୍ତି କରିଥିଲେ । ସେଠାରେ କରୋନା ନମୁନା ପରୀକ୍ଷା କରିବା ପରେ କରୋନା ଚିହ୍ନଟ ହୋଇଥିଲେ । ତେବେ ତାଙ୍କୁ କରୋନା ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ସ୍ୱର୍ଗତ ପଧାନ ବ୍ଳକର ଡୁଙ୍ଗୁରିପାଲି ଓ ଆମ୍ବପାଲି ପିଇଓ ଭାବରେ ଦାୟିତ୍ୱ ତୁଲାଉ ଥିଲେ । ତାଙ୍କର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ବିଡ଼ିଓ ଦେବାଶିଷ ସାମଲ, ପିଇଓ ସତ୍ୟ ପ୍ରିୟ ସାହୁ, ରହିମ ପଧାନ, ଆନନ୍ଦ ପଧାନ, ପଦ୍ମ କାନ୍ତ ପାଣିଗ୍ରାହୀ, ଏବିଡ଼ିଓ ପ୍ରଦୀପ ପଟନାୟକ, ଦୁଃଖ ବନ୍ଧୁ ରଣା, ପୂର୍ବତନ ମନ୍ତ୍ରୀ ତଥା କଂଗ୍ରେସ ଦଳ ବରିଷ୍ଠ ନେତା ସୁରେନ୍ଦ୍ର ସିଂ ଭୋଇ, ବ୍ଳକ କଂଗ୍ରେସ ସଭାପତି ଗୁଣ ସାଗର ମାଝୀ, ସାମ୍ବାଦିକ ଅଜିତ କୁମାର ସାହୁ, ପୃଥି ରାଜ ବକୁଳ ପ୍ରମୁଖ ଶୋକ ପ୍ରକାଶ କରିବା ସହ ତାଙ୍କର ଅମର ଆତ୍ମାର ସଦ୍‌ଗତି ନିମନ୍ତେ ଭଗବାନଙ୍କ ଠାରେ ପ୍ରାର୍ଥନା କରିଛନ୍ତି ।

jittmm
Leave A Reply

Your email address will not be published.