oom

ରକ୍ତଦାନ ମାଧ୍ୟମରେ ଦେଶ ପ୍ରେମ କରି ଦେଖାଇଲେ ବିଜୟ ସୁନ୍ଦରାୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଦୁଇ ଦିନ ତଳେ ଡାକ୍ତର ପୂଜା ପତି ସାମାଜିକ ଅନୁଷ୍ଠାନ ଦ ହୁମାନିଟୀ ଫାଉଣ୍ଡେସନକୁ ଫୋନ୍ ମାଧ୍ୟମରେ ଜଣାଇ ଥିଲେ କି ଏକ ବିରଳ ରକ୍ତ ଗ୍ରୁପର ଆବଶ୍ୟକ ଅଛି ବୁର୍ଲା ଡାକ୍ତରଖାନାରେ । ବମ୍ବେ ଗୃପ, ଝାହା କି ପୁରା ଓଡ଼ିଶାରେ ମାତ୍ର ୭ କିମ୍ବା ୮ ଜଣଙ୍କର ଅଛି । ଫାଉଣ୍ଡେସନର ବିଜୟ ସୁନ୍ଦରାୟଙ୍କ ବହୁ ଚେଷ୍ଟା ପରେ ଜଣେ ରକ୍ତ ଦାତା ଗୋବିନ୍ଦ ମୋହତଙ୍କୁ ଜଣେଇବା ପରେ ସେ ବୁର୍ଲା ଯାଇ ରକ୍ତଦାନ କରିଥିଲେ । ଆଜି ସକାଳେ ପୁନଶ୍ଚ ରକ୍ତର ଆବଶ୍ୟକ ଅଛି ଯଦି ନ ହୁଏ ରୋଗୀକୁ ବଞ୍ଚେଇ ବା କଷ୍ଟ ବୋଲି ଡାକ୍ତର ଜଣାଇଥିଲେ । ସୁନ୍ଦରାୟ ବିଳମ୍ବ ନ କରି ଗ୍ରୁପର ଭାସ୍କର ଡୋରାରାଙ୍କୁ ଫୋନ୍ କରିବାରୁ ସେ ରାଜି ହୋଇଥିଲେ ଓ କିପରି ବୁର୍ଲା ଡାକ୍ତରଖାନାକୁ ଯିବୁ ବୋଲି ବ୍ୟସ୍ତ ହୋଇ ରାମଚନ୍ଦ୍ର ସାହୁଙ୍କୁ ଜଣେଇବାରୁ ସେ ତାଙ୍କ କାର ଯୋଗେ ସକାଳ ୬ଟାରୁ ବାହାରି ସକାଳ ୯ଟାରେ ପହଞ୍ଚି ଶ୍ରୀ ଡୋରା ତାଙ୍କର ବହୁମୂଲ୍ୟ ବିରଳ ଗ୍ରୃପ ରକ୍ତ ଦାନ କରିଥିଲେ । ଏଥିପାଇଁ ତାଙ୍କୁ ଦ ହୁମାନିଟୀ ଫାଉଣ୍ଡେସନ ତରଫରୁ ସମ୍ମାନିତ କରାଯାଇଅଛି ଓ ସତ୍ୟ ସାର୍ ଓ ବବଲୁ ସାହୁ ସାର୍ ବହୁ ପରିମାଣରେ ସାହାଯ୍ୟ ସହଯୋଗ କରିଥିଲେ, ରାମଚନ୍ଦ୍ର ସାର୍ ଓ ବିଜୟ ସାରଙ୍କ ଚେଷ୍ଟାକୁ ବୁର୍ଲା ରକ୍ତ ଭଣ୍ଡାର ପକ୍ଷରୁ ପ୍ରଶଂସା କରାଯାଇଥିଲା ।

Leave A Reply

Your email address will not be published.