
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ସହରର ତାଲପାଲିପଡା ସ୍କୁଲ ନିକଟରେ ପବନ ପୁତ୍ର ହନୁମାନଙ୍କ ଏକ ବିଗ୍ରହ ସ୍ଥାପନ କରାଯିବା ସହିତ ସୁନ୍ଦରାକାଣ୍ଡ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତିନିଦିନ ଧରି ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ୧୩ ତାରିଖରେ କଳସ ଶୋଭାଯାତ୍ରା କରାଯାଇଥିଲା । ଏହି ଶୋଭାଯାତ୍ରାରେ ତାଲପାଲିପଡାର ଶତାଧିକ ପୁରୁଷ ମହିଳା ସାମିଲ ହୋଇ ସ୍ଥାନୀୟ ତାଲପାଲିବନ୍ଧରୁ କଳସରେ ପାଣିଭରି ଶୋଭାଯାତ୍ରାରେ ଆସିଥିଲେ । ୧୪ ତାରିଖରେ ହନୁମାନଙ୍କ ବିଗ୍ରହ ସ୍ଥାପନ, ସୁନ୍ଦରାକାଣ୍ଡ କରାଯିବା ସହିତ ରାତିରେ ଭଜନ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଛକକୁ ପବନପୁତ୍ର ଛକନାମରେ ନାମିତ କରାଯାଇଛି । କାର୍ଯ୍ୟକ୍ରମରେ କର୍ତ୍ତା ଭାବରେ ସଂଗଠକ ରାକେଶ ମିଶ୍ର ଓ ତାଙ୍କ ଧର୍ମପତ୍ନୀ ଚନ୍ଦ୍ରକାନ୍ତି ଖମାରୀ ଦାୟିତ୍ୱ ନିର୍ବାହ କରିଥିଲେ । ଲିପକ ମିଶ୍ରଙ୍କ ସୁମଧୁର କଣ୍ଠରେ ସୁନ୍ଦରାକାଣ୍ଡ ଓ ଭଜନ ପାରାୟଣ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତାଲପାଲିପଡାର ମନୋଜ ମହାରଣା, ଜିତେନ ବାଗ, ଶାନ୍ତନୁ ପଟେଲ, ପିଣ୍ଟୁ ପୋଢ, ରିଣ୍ଟୁ ପୋଢ, ସ୍ୱାବନ ସ୍ୱାଇଁ, ସୁଦର୍ଶନ ସ୍ୱାଇଁ, ବିଘ୍ନ ବଗର୍ତ୍ତି, ମହେଶ୍ୱର ବଗର୍ତ୍ତି, ଗୁପ୍ତେଶ୍ୱର ବଗର୍ତ୍ତି, ଆର୍ତ୍ତ ବାଗ, ଅଶ୍ୱିନୀ ସାଏ, ଅରବିନ୍ଦ ପରୁଆ, କୁସଙ୍ଗିଆ, ପ୍ରସନ୍ନ, ଦ୍ୱାରୁ ଓ ଟୁଞ୍ଚୁଙ୍କ ସମେତ ବହୁସଂଖ୍ୟାରେ ଯୁବକମାନେ ସହଯୋଗ କରିଥିଲେ ।