oom

ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

jsmm

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡା ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଗ୍ରୀଭେନ୍ସ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରୀଭେନ୍ସରେ ପିଡି ଡିଆରଡିଏ ରତ୍ନାକର ସାହୁ, ପିଏଆଇଟିଡିଏ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ, ଜିଲ୍ଲା ମଙ୍ଗଳ ଅଧିକାରୀ କୃପାସିନ୍ଧୁ ବେହେରା, ଚିତ୍ରକୋଣ୍ଡା ବିଡିଓ ରଘୁନାଥ ମୁଣ୍ଡାରୀ, ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ଚିତ୍ରକୋଣ୍ଡା ଏସଡିପିଓ ଆରସେଲ କିସପୋଟା, ଚିତ୍ରକୋଣ୍ଡା ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଆରଡବ୍ଲୁଏସ୍‌ଏସ୍‌ର ବିଭାଗୀୟ ଅଧିକାରୀ, ଡିଏସଡବ୍ଲୁଓ, ପଶୁ ଚିକିତ୍ସା ଅଧିକାରୀ, ବିଦ୍ୟୁତ ତଥା ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଏବଂ ସମସ୍ତ ଜିଲ୍ଲାସ୍ତରୀୟ ମୁଖ୍ୟ ଅଧିକାରୀ ମାନଙ୍କୁ ନେଇ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର ଅଠର ଗୋଟି ଓ ପଞ୍ଚାୟତରୁ ୩୫ ଗୋଟି ଅଭିଯୋଗର ଶୁଣାଣି କରିଥିଲେ ଜିଲ୍ଲାପାଳ । ଏହି ଗ୍ରୀଭେନ୍ସ ମଧ୍ୟରେ ମୁଖ୍ୟତଃ ଚିତ୍ରକୋଣ୍ଡା ବ୍ଲକ ଅଞ୍ଚଳବାସୀଙ୍କ ନିମନ୍ତେ ରାସ୍ତା ଘାଟ, ପାନୀୟ ଜଳ ଏବଂ ଅନ୍ୟାନ୍ୟ ମୌଳିକ ସୁବିଧା ନିମନ୍ତେ ଦରଖାସ୍ତ କରିଥିଲେ, ସେହିଭଳି ଉପାନ୍ତ ଅଞ୍ଚଳକୁ ବିଦ୍ୟାଳୟ, ଶିକ୍ଷକ ସମସ୍ୟା ସହ ଭଲ ରାସ୍ତା, ଉପାନ୍ତ ଅଞ୍ଚଳକୁ ବସ ଚଳାଚଳ, ପାଣି, ବିଦ୍ୟୁତ, ନେଟୱାର୍କ ସୁବିଧା, ଉତ୍ତମ ସ୍ୱାସ୍ଥ୍ୟ ସେବା ଉପରେ ଅଭିଯୋଗ ଆସିଥିଲା ।

jittmm
Leave A Reply

Your email address will not be published.