ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲାରେ ବ୍ଲକସ୍ତରୀୟ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଉପଯୁକ୍ତ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ପରିବାର ମଙ୍ଗଳ ଯୋଜନା, ବ୍ଲକ ଅଞ୍ଚଳର ବିଭିନ୍ନ ଗାଁର ଉନ୍ନତି କାର୍ଯ୍ୟ ଗୁଡ଼ିକ ଉପରେ ତଦନ୍ତ କିଭଳି କରାଯିବ ଓ ବିଭିନ୍ନ ଯୋଜନା ଗୁଡିକ କେଉଁ ଭାବେ ଲୋକଲୋଚନକୁ ଆଣିବା ବୋଲି ଡଃ ଗୁଣନିଧି ନାଏକ, ଜିଲ୍ଲା ସାମାଜିକ ସମୀକ୍ଷା ଅଧିକାରୀ ବର୍ଷା ହରିପାଳ, ବ୍ଲକ୍ ଉନ୍ନୟନ ଅଧିକାରୀ ଦେବାଶିଷ ସାମଲ ଏସମ୍ପର୍କରେ ଅବଗତ କରିଥିଲେ । ଉପସ୍ଥିତ ତୁରେକେଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଜଳନ୍ଧର ମହାକୁଡଙ୍କ ସମେତ ପ୍ରତ୍ୟେକ ଗ୍ରାମ ପଞ୍ଚାୟତର ସରପଞ୍ଚ ବୃନ୍ଦ, ସମିତି ସଭ୍ୟ ବୃନ୍ଦ, ବ୍ଲକ କାର୍ଯ୍ୟଳୟର କର୍ମଚାରୀ ବୃନ୍ଦ, ଜିଆର୍ ଏସ୍ ବୃନ୍ଦ, ମିଶନ ଶକ୍ତି ମହିଳା ବୃନ୍ଦ, ଗାଁ ସାଥୀ ବୃନ୍ଦ ପ୍ରମୁଖ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.