om academy

ଓଡ଼ିଶାରେ ମୋଦି ସୁନାମୀ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ୨୦୨୪ ନିର୍ବାଚନରେ ଓଡ଼ିଶାରେ ଦେଖିବାକୁ ମିଳିଛି ମୋଦି ସୁନାମୀ । ବିଜେଡ଼ିକୁ ଓଡ଼ିଶା ମାଟିରୁ ନିଶ୍ୱିହ୍ନ କରି ଦେଇଛି ମୋଦି ଲହର୍‌ । ଶଙ୍ଖ ବାଜିଲାନି, ପଦ୍ମ ଫୁଟିଲା ଓଡ଼ିଶାରେ । କୋରାପୁଟ ସଂସଦ କ୍ଷେତ୍ରରେ ପୁଣି କଂଗ୍ରେସ ଆସନ ଅକ୍ତିଆର୍‌ କରିଥିବା ବେଳେ ୨୦ଟି ସାଂସଦ ଆସନରେ ବାଜିମାତ୍‌ କରିଛି ବିଜେପି । ବିଜେଡ଼ିର ସବୁ ନିର୍ବାଚନୀ ରଣନୀତି ଫୁସ୍‌କି ଯାଇଛି, ବିଜେଡ଼ିର ଗଡ଼ ଢସ୍‌କି ଯାଇଛି । କଂଗ୍ରେସ ହାତକୁ ଗୋଟିଏ ଆସନ ଯାଇପାରିଛି ସିନା ବିଜେଡ଼ିର ହାତ ପୂରା ଖାଲି । ସାରା ଓଡ଼ିଶାକୁ ଚମ୍‌କାଇ ଦେଇଛି ୨୦୨୪ ନିର୍ବାଚନ ଫଳାଫଳ । ୨୦୧୯ରେ ୮ଟି ଆସନ ନେଇଥିବା ବିଜେପି ଏବେ ୨୦ଟି ଆସନ ସାଉଁଟି ନେଲା ଏବଂ ୧୨ଟି ଆସନ ପାଇଥିବା ବିଜେଡ଼ି ମୂଳରୁ ସଫା । କୁହାଯାଉଛି, ଓଡ଼ିଶାକୁ ମୋଦି ସୁନାମୀ ଆସିଛି ।

Leave A Reply

Your email address will not be published.