jayashree

ଓଡ଼ିଶାର ଜଣେ ବ୍ୟକ୍ତି ହୃଦ ବିଶେଷଜ୍ଞ ଡାକ୍ତର ହୋଇ ବିଶ୍ୱରେ ସୁନାମ ଆଣିଛନ୍ତି

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଜଣେ ବୀରପୁତ୍ର, ଜଣେ ଖ୍ୟାତିନାମା ଡାକ୍ତର ଭାବେ ପ୍ରଭାତ କୁମାର ଦାଶ୍‌ ବେଶ ଜଣାଶୁଣା ଅଟନ୍ତି । ଅଧୁନା ଡ଼ା.ଦାଶ୍ ବାଙ୍ଗାଲୁରୁ ସ୍ଥିତ ସତ୍ୟସାଇ ହାର୍ଟ ହସ୍ପିଟାଲର ମୁଖ୍ୟ ରୂପେ କାର୍ଯ୍ୟରତ ଅଛନ୍ତି । ପୃଥିବୀର ଜଣେ ସୁନାମଧନ୍ୟ ହୃଦ ଚିକିତ୍ସା ବିଶେଷଜ୍ଞ ଭାବେ ତାଙ୍କର ପ୍ରଗାଢ଼ ଜ୍ଞାନ ରହିଛି । ସେ ଜଣେ ଉଦାରବାଦୀ, ନିଷ୍ଠାପର ସମାଜସେବୀ, ପ୍ରତ୍ୟେକଙ୍କ ପାଇଁ ଜଣେ ହୃଦୟସ୍ପର୍ଶୀ ହିସାବରେ ପ୍ରତ୍ୟେକଙ୍କ ଠାରେ ଗଣ୍ୟ ବିବେଚିତ ହୋଇଆସିଛନ୍ତି । ଡ଼ା.ଦାଶ୍ ରୋଗୀମାନଙ୍କ ହୃଦୟକୁ ସହଜରେ ଜିଣି ପାରିଛନ୍ତି । ଓଡ଼ିଶାର ପୁରୀ ଜିଲ୍ଲା ଅନ୍ତର୍ଗତ କାହାଳ(କାକଟପୁର) ଗ୍ରାମରେ ଜନ୍ମଗ୍ରହଣ କରିଥିବା ଡାକ୍ତର ପ୍ରଭାତ କୁମାର ଦାଶ୍ ପଦ୍ମଶ୍ରୀ ପୁରସ୍କାର ପାଇବା ନିମନ୍ତେ କର୍ଣ୍ଣାଟକ ସରକାର ଅନୁମୋଦନ ସୁପାରିସ କରିଛନ୍ତି ବୋଲି ଜଣାଯାଏ । ଏହାକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଥିବା କୁହାଯାଇଛି ।

Leave A Reply

Your email address will not be published.