ଆନ୍ତର୍ଜାତୀୟ ମହିଳା ଦିବସରେ ଲେଣ୍ଡା ଗ୍ରାମର ସୁଲୋଚନା ମିଶ୍ର ସମ୍ବର୍ଦ୍ଧିତ

ବରଗଡ, (ନିରୋଜ କୁମାର ପାଣୀ) : ବିରଳ ଜୀବନ ସଂଘର୍ଷ, ସମାଜସେବା, ମାନବୀୟ ମୂଲ୍ୟବୋଧ, ମହିଳା ସଶକ୍ତିକରଣ ପାଇଁ ଜୀବନ ବ୍ୟାପୀ ସମର୍ପିତ ବରପାଲି ବ୍ଲକ ଲେଣ୍ଡା ଗ୍ରାମର ୯୫ ବର୍ଷୀୟା ସୁଲୋଚନା ମିଶ୍ରଙ୍କୁ ବରଗଡ଼ ମହିଳା ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମିତି ପକ୍ଷରୁ ବରିଷ୍ଠ ସଦସ୍ୟା ଗୀତା ମିଶ୍ର, ମମତା ମିଶ୍ର, ସଭାନେତ୍ରୀ ଅଞ୍ଜନା ଦାସ ଓ ସମ୍ପାଦିକା ସୁଧାଂଶୁବାଲା ଦାଶ ଲେଣ୍ଡା ଗ୍ରାମ ବାସଭବନକୁ ପହଞ୍ଚି ସୁଲୋଚନା ମିଶ୍ରଙ୍କୁ ଉପଢ଼ୌକନ ଓ ପ୍ରଶଂସା ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ମହିଳା ମାନଙ୍କ ମହତ୍ତ୍ଵ ଓ ମର୍ଯ୍ୟାଦା, ସିଦ୍ଧି ଓ ସଫଳତା, ଗୌରବ ଓ ଗାରିମା ବଜାୟ ରଖିବାରେ ସାରା ଜୀବନ ସମର୍ପିତ କରିଥିବା ସୁଲୋଚନା ଦେବୀ ବାର୍ଦ୍ଧକ୍ୟ ଜନିତ ତାଡ଼ନାରେ ଶଯ୍ୟାଶାୟୀ ଥିବା ସତ୍ୱେ ପ୍ରେରଣାର ବାର୍ତ୍ତାଳାପ କରିବା ଓ ସମାଜ ପାଇଁ ସମର୍ପଣ ଭାବ ପୋଷଣ କରିବା ଆଶୀର୍ବାଦ ପ୍ରଦାନ କରିଥିଲେ । ମହିଳା ସମିତି ପକ୍ଷରୁ ତାଙ୍କ ଦୀର୍ଘ ନିରାମୟ ଜୀବନ କାମନା କରାଯାଇଥିଲା ।

Leave A Reply

Your email address will not be published.