oom

ସୁକତେଲ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସୁକତେଲ ମହୋତ୍ସବର ଦ୍ୱିତୀୟ ଦିବସ ସନ୍ଧ୍ୟାରେ କଳାକାର ସମାବେଶ ହୋଇଥିଲା । ବଲାଙ୍ଗିର ଜିଲ୍ଲାର ବହୁ କଳାକାର ଯୋଗଦେଇ କଳା ପରିବେଷଣ ସହ କଳାକାରଙ୍କ ବିଭିନ୍ନ ଅସୁବିଧା ଉପରେ ଆଲୋଚନା କରିଥିଲେ । ସରକାରଙ୍କ ଯୋଜନା ସବୁ କଳାକାର ଯେମିତି ପାଇ ଲାଭାନ୍ୱିତ ହୋଇ ପାରିବେ ଏବଂ କଳା ସଂସ୍କୃତିର ଉତ୍ଥାନ ହେବା ସଂଗେସଂଗେ କଳାକାରଙ୍କ ଆଗ୍ରହ ବୃଦ୍ଧି କରିବା ପାଇଁ ପ୍ରୟାସ କରିବାକୁ ଯୋଗ ଦେଇଥିବା ଅତିଥି ମତବ୍ୟକ୍ତ କରିଥିଲେ । ନେସନାଲ ସର୍ଭିସ ଫାଉଣ୍ଡେସନ ଓ ଓଡିଆ ଭାଷା ସାହିତ୍ୟ ବିଭାଗ ଓଡିଶା ସରକାରଙ୍କ ଆନୁକୂଲ୍ୟରେ ଆୟୋଜିତ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ମୁଖ୍ୟ ଅତିଥି ଜଗତ ପାଲ ସେଠ ଫାଓ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ, ସମ୍ମାନିତ ଅତିଥି କେଶଚନ୍ଦ୍ର ମିଶ୍ର ସମାଜସେବୀ ଓ ପରିବେଶବିତ, ରସରାଜ ଅଚ୍ୟୁତ ପୁରୋହିତ ବ୍ୟଙ୍ଗକବି, ଏକଡା ଏକଡା ରାର କଣ୍ଠଶିଳ୍ପୀ ବ୍ୟାସଦେବ ପୁରୋହିତ ପ୍ରମୁଖ ମଂଚାସୀନ ଥିଲେ । ସଚ୍ଚିଦାନନ୍ଦ ସାହୁ ମଂଚ ପରିଚାଳନା କରିଥିଲେ । ସଭା ଶେଷରେ ବରିଷ୍ଠ ସଭ୍ୟ ବିକାଶ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଅଚ୍ୟୁତ ପୁରୋହିତ ଏବଂ କେଶବ ଚନ୍ଦ୍ର ମିଶ୍ରଙ୍କୁ ସୁକତେଲ ସମ୍ମାନ ପ୍ରଦାନ କରାଯାଇଥିଲା । ଅସହାୟ ବ୍ୟକ୍ତି ମାନଙ୍କୁ ଅତିଥି ବୃନ୍ଦ କମ୍ବଳ ବଣ୍ଟନ କରିଥିଲେ । ତା’ପରେ ବରଗଡର କଳାଜୀବୀ ଅନୁଷ୍ଠାନ ଡାଲଖାଇ, ନୂଆଖାଇ ଓ ଏକଡା ଏକଡା ରା ଲୋକନୃତ୍ୟ ଓ ଲୋକ ଗୀତ ପରିବେଷଣ କରିଥିଲେ । ବିଶିଷ୍ଟ ଦଣ୍ଡ କଳାକାର ସାନନ୍ଦ ଶିକା, ରିନା କୁମ୍ଭାର, ସସ୍ମିତା ପଧାନଙ୍କ ଦ୍ୱାରା ଦଣ୍ଡ ନୃତ୍ୟ ପରିବେଷଣ କାରାଯାଇଥିବା ବେଳେ ଅନ୍ୟାନ୍ୟ ଦଳମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଆକର୍ଷଣୀୟ ହୋଇଥିଲା । ସଭାପତି ବିଧୁଭୁଷଣ ସିଂଦେଓ, ଉପଦେଷ୍ଟା ମଳୟ ଆନନ୍ଦ ତ୍ରିପାଠୀ, ଆବାହକ ଚିଙ୍କୁ ପ୍ରଧାନ, ହାଡିବନ୍ଧୁ ତ୍ରିପାଠୀ, ସଂଜୟ ତ୍ରିପାଠୀ, ସତ୍ୟନାରାୟଣ ଗହୀର, କଳା ସଂଗଠକ ଜୟକୃଷ୍ଣ ମିଶ୍ର ପ୍ରମୁଖ ସୁକତେଲ ଅବବାହିକା ବାନ୍ଧନଘୋର ରାମ ମନ୍ଦିର ସମ୍ମୁଖ ପଡିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.