om academy

ଜନମଞ୍ଚ ସିଭିଲ୍ ସୋସାଇଟି ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ

jsm

ପାଟଣାଗଡ଼, (ଗୋରେଖ ନାଥ ବରିହା) : ବର୍ତ୍ତମାନ ଦେଶରେ ତଥା ରାଜ୍ୟରେ କରୋନା ସ୍ଥିତି ଭୟଙ୍କର ହୋଇସାରିଲାଣି । ତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ସଟଡ଼ାଉନ୍ ଏବଂ ଲକ୍ ଡାଉନ୍ ଜାରି ରହିଥିବା ବେଳେ ଗରିବମାନଙ୍କ ରୋଜଗାର ପୁରା ଠପ୍ ହୋଇଯାଇଛି । ତେବେ ଏହି ସମୟରେ ଗରିବ ପରିବାରମାନଙ୍କ ଅସହାୟର ସାଥୀ ପାଲଟିଛି ପାଟଣାଗଡ ଜନମଞ୍ଚ ସିଭିଲ ସୋସାଇଟି ସଂଗଠନ । ସଂଗଠନର ପ୍ରତୀକ ନାୟକଙ୍କ ନେତୃତ୍ବରେ ଗତକାଲି ରାତିରେ ପାଟଣାଗଡ଼ ସ୍ଥିତ ଭାଟିଶାଲ ପଡ଼ାଠାରେ ଗରିବ ପରିବାରମାନଙ୍କୁ ଚିହ୍ନଟ କରି ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା । ଏହି ବଣ୍ଟନ କାର୍ଯ୍ୟକ୍ରମରେ ବଣ୍ଟି, କୁନାଲ୍‌, ମୟୁର, ଲିପୁ, ବିହାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.