ଭତ୍ତା ବାଣ୍ଟିବାରେ ବାଧା ସୃଷ୍ଟି କରୁଛି ପଞ୍ଚାୟତର ସୁଇପର

ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ବାଗଦୋର ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ମାସ ଭଳି ଚଳିତ ମାସ ଗାଁକୁ ଗାଁ ବୁଲି ବୃଦ୍ଧବୃଦ୍ଧାମାନଙ୍କର ପେନସନ ଟଙ୍କା ବଣ୍ଟା ଯାଉଛି । କିନ୍ତୁ ସମସ୍ତ ଗାଁରେ ବାଣ୍ଟି ସାରିବା ପରେ ପଞ୍ଚାୟତ କାର୍ଯ୍ୟାଳୟ ବନମାଲରେ ବୃଦ୍ଧବୃଦ୍ଧାମାନଙ୍କୁ ଡାକି ଭତ୍ତା ଟଙ୍କା ବଣ୍ଟା ଚାଲିଥିଲା । ଠିକ ଏତିକି ବେଳକୁ ଉକ୍ତ ପଞ୍ଚାୟତର ଝାଡୁଦାର ମନୁ ଡୁଙ୍ଗୁରି ଅତ୍ୟଧିକ ମଦ୍ୟପାନ କରି ପଞ୍ଚାୟତ କାର୍ଯ୍ୟାଳୟକୁ ପଶି ଭତ୍ତା ଟଙ୍କା ବାଣ୍ଟିବା ବନ୍ଧ କରିବା ସହ ପାଟିତୁଣ୍ଡ କରି ପାଟିରେ ଯାହା ଆସିଲା ତାହା କହିଚାଲିଲା । ଶେଷରେ ବୃଦ୍ଧବୃଦ୍ଧାମାନେ ବିରକ୍ତ ହୋଇ ଭତ୍ତା ଟଙ୍କା ନ ନେଇ ନିଜ ଘରମାନଙ୍କୁ ଚାଲି ଯାଇଥିଲେ । ଉକ୍ତ ମଦୁଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାଧାରଣରେ ଦାବି ହେଉଛି ।

jittmm
Leave A Reply

Your email address will not be published.