oom

ବିନା ହାଣ୍ଡିଆ ମଦରେ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ

jsmm

ମୟୁରଭଞ୍ଜ, (କେପିଏନ୍‌ଏସ୍‌) : ଆଦିବାସୀ ସାନ୍ତାଳ ସମାଜରେ ହାଣ୍ଡିଆ, ମଦ ପରି ନିଶାଦ୍ରବ୍ୟକୁ ଯୁଗ ଯୁଗରୁ ରୁଢି ପ୍ରଥା ଏବଂ ପରମ୍ପରା ନାମରେ ସମାଜର ସମସ୍ତ ସାମାଜିକ କାର୍ଯ୍ୟରେ ବ୍ୟବହାର କରାଯାଉଥିଲା । ତେବେ ସମାଜର ଯେ କୌଣସି ପବିତ୍ର ସାମାଜିକ କାର୍ଯ୍ୟରେ ମଦ, ହାଣ୍ଡିଆର ବ୍ୟବହାର ସତୀଦାହ ପରି ରୁଢିପ୍ରଥା ଠାରୁ ବଡ ଭୟଙ୍କର ପ୍ରଥା ଅଟେ ବୋଲି ସେଙ୍ଗେଲ କାର୍ଯ୍ୟକର୍ତ୍ତା କହିଛନ୍ତି । କାରଣ ଏହି ନିଶା ପ୍ରଥା ଦ୍ୱାରା ସମାଜରେ ପରିବାରରେ ବିଶୃଙ୍ଖଳା ଏବଂ ଅଶାନ୍ତି ସୃଷ୍ଟି ହେଉଛି । ତେଣୁ କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ପଞ୍ଚାୟତ କେଶଳା ଗ୍ରାମର ସାଗ୍ରାମ୍‌ ସୋରେନଙ୍କ ପିତା ରାମ ସୋରେନ ଗତ ତା.୧୭.୦୩.୨୦୨୫ ରେ ମୃତ୍ୟ ବରଣ କରିଥିଲେ । ତେଣୁ ଶୁଦ୍ଧ ହେବା ପାଇଁ ସାଗ୍ରାମ ସୋରେନ ଗ୍ରାମବାସୀମାନଙ୍କୁ ଡାକି ଶୁଦ୍ଧିକ୍ରିୟା କାର୍ୟ୍ୟରେ ସହଯୋଗ କରିବା ପାଇଁ ଅନୁରୋଧ କରିବାରୁ ଗ୍ରାମବାସୀମାନେ ହାଣ୍ଡିଆ ନିଶା ବିନା ଶୁଦ୍ଧିକ୍ରିୟା କାର୍ଯ୍ୟରେ ସହଯୋଗ ଦେବେ ନାହିଁ ବୋଲି କହିଥିଲେ । ସେଥିପାଇଁ ସାଗ୍ରାମ ସୋରେନ ଗ୍ରାମର ଗ୍ରାମମୁଖ୍ୟ ରଞ୍ଜିତ ମାର୍ଣ୍ଡିଙ୍କ ଅନୁମତି ନେଇ ଆଦିବାସୀ ସେଙ୍ଗେଲ ଅଭିଯାନର କର୍ମକର୍ତ୍ତାଙ୍କ ସହଯୋଗରେ ବିନା ହାଣ୍ଡିଆ, ମଦ ବ୍ୟବହାରରେ କମ ଖର୍ଚ୍ଚ, କମ୍ ସମୟରେ କପ୍ତିପଦା ସବ୍‌ଡିଭିଜନର ସେଙ୍ଗେଲ ସଭାପତି ଉଦୟ ନାଥ ହେମ୍ବ୍ରମଙ୍କ ନେତୃତ୍ୱରେ ନିର୍ମଳ ଜଳ ବ୍ୟବହାର କରି ତା.୨୭.୦୪.୨୦୨୫ ରିଖ ରବିବାର ଦିନ ଶୁଦ୍ଧିକ୍ରିୟା କାର୍ଯ୍ୟ ସମ୍ପନ୍ନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭିମକୁଣ୍ଡର ସୁତୀ ଘାଟ ପାର୍ଗାନା ବଳଭଦ୍ର ଟୁଡୁଙ୍କ ସହଯୋଗରେ ଅସ୍ଥି ବିସର୍ଜନ କରାଯାଇଥିଲା । ଉକ୍ତ ଶୁଦ୍ଧିକ୍ରିୟାରେ ବାରିକ ଭାବରେ ନେଦାମ ଗ୍ରାମର ନିମାଇଁ ମୁର୍ମୁ କାର୍ଯ୍ୟ କରିଥିଲେ । ଉକ୍ତ ଶୁଦ୍ଧିକ୍ରିୟା କାର୍ଯ୍ୟରେ ଆଦିବାସୀ ସେଙ୍ଗେଲ ଅଭିଯାନର କପ୍ତିପଦା ସବ୍‌ଡିଭିଜନ ସମ୍ପାଦକ ମାଧବ ଚନ୍ଦ୍ର ସୋରେନ, କେଉଁଝର ଜୋନାଲ ସେଙ୍ଗେଲ ସଭାପତି କଲ୍ୟାଣ ବାସ୍କେ, ଭଦ୍ରକ ଜିଲ୍ଲା ମହିଳା ସଭାପତି ଆଶା ମୁର୍ମୁ, ରାୟରଙ୍ଗପୁର ଜୋନ ସାର୍ନା ଧର୍ମ ସଭାପତି ମେଘ୍ରାୟ ସୋରେନ, ସାରସକୋଣା ବ୍ଲକ କାଶ୍ରାୟ ଟୁଡୁ, ବାରିପଦା ଜୋନ ମହିଳା ମୋର୍ଚ୍ଚା ଉପସଭାପତି ସୁଦେବୀ ଟୁଡୁ, ଶୁଳିଆ ପଦା ବ୍ଲକ ସଭାପତି କୁନା ମୁର୍ମୁ, ଗୋପବନ୍ଧୁ ନଗର ଖୁଣ୍ଟା ବ୍ଲକ ସଭାପତି ନିଳରତ୍ନ ରୂତ୍‌ମାର୍ଣ୍ଡିଙ୍କ ସହ ୪୫ ଜଣ ସେଙ୍ଗେଲ ପରିବାରର ମହିଳା ପୁରୁଷ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.