ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରରେ ଡିସେମ୍ବର ୨୫ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ସ୍ଥାନୀୟ ଗୋବିନ୍ଦ ବାଟିକା ଠାରେ ଡ. ସର୍ବେଶ୍ଵରଜିଙ୍କ ଦ୍ଵାରା ଶିବକଥାର ଆୟୋଜନ ହେବାକୁ ଯାଉଛି । ଏ ନେଇ ଶୁକ୍ରବାର ସକାଳ ୧୦.୩୦ ଟାରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱାମୀ ନରେଶା ନନ୍ଦ, ସାଧୱି ନିବେଦିତା ଭାରତୀ, କମିଟି ସଦସ୍ୟ ଶ୍ରୀମତି ଉମା ଅଗ୍ରୱାଲଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶିବ କଥାରେ କ’ଣ କ’ଣ ବିଷୟ କିପରି ଏବଂ କେଉଁ କେଉଁ ସମୟରେ କରାଯିବ ସେ ନେଇ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ । ଶିବକଥା କେବଳ କଥା ନୁହେଁ ବରଂ ମାନବ ଜାତିକୁ ଅନ୍ତର୍ମୁଖୀ କରି ଜାଗ୍ରତ କରିବା ପାଇଁ ଏହି ଶିବ କଥାର ଆୟୋଜନ କରାଯାଇଛି ବୋଲି ଆୟୋଜକ କମିଟି ପକ୍ଷରୁ କୁହାଯାଇଛି । ପ୍ରତ୍ୟେକ ଦିନ ଦ୍ଵିପହର ୩ ଟାରୁ ସନ୍ଧ୍ୟା ୭ ଟା ଯାଏଁ ଅନୁଷ୍ଠିତ ହେବ । ସହରର ସମସ୍ତ ଜନ ସାଧାରଣଙ୍କୁ ଯୋଗଦେଇ ଏହି କଥାମୃତ ଶୁଣିବାକୁ ନିମନ୍ତ୍ରଣ କରିଛନ୍ତି ଆୟୋଜକ କମିଟି ।
Next Post