oom

୭ ଦିନ ଯାଏଁ ବାତ୍ୟା ସୂଚନା ନାହିଁ : ଆଇଏମ୍‌ଡି

jsmm

ଭୁବନେଶ୍ୱର : ଆସନ୍ତା ୨୨ରୁ ୨୪ ମଧ୍ୟରେ ଓଡ଼ିଶା ପ୍ରତି ବାତ୍ୟା ବିପଦ ରହିଥିବା ବିଭିନ୍ନ ଅନ୍ତର୍ଜାତୀୟ ପାଣିପାଗ ମଡେଲ କହୁଥିବା ବେଳେ ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ଏହାକୁ ଖଣ୍ଡନ କରିଛି । ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର କହିଛନ୍ତି ଯେ, ୭ ଦିନ ପର୍ଯ୍ୟନ୍ତ ପାଣିପାଗ ବିଭାଗ ପୂର୍ବାନୁମାନ କରିପାରିବ । ଏହି ସମୟ ପର୍ଯ୍ୟନ୍ତ ବାତ୍ୟାର କୌଣସି ସୂଚନା ନାହିଁ । ପାଣିପାଗ ସହ ଜଡ଼ିତ ଠିକ୍‌ ସୂଚନା ଦେବା ପାଇଁ ଆଇଏମ୍‌ଡି ୨୪ ଘଣ୍ଟା କାର୍ଯ୍ୟରତ ରହିଛି । ତେଣୁ କୌଣସି ଗୁଜବଠାରୁ ଦୂରେଇ ରହିବାକୁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପରାମର୍ଶ ଦେଇଛି । ଅନ୍ୟପକ୍ଷରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି । ବଙ୍ଗୋପସାଗରରୁ ଜଳୀୟବାଷ୍ପ ଓଡ଼ିଶା ମଧ୍ୟକୁ ଆସୁଥିବାରୁ ବାୟୁମଣ୍ଡଳରେ ଆର୍ଦ୍ରତା ବଢ଼ିଯାଉଛି । ଦିନ ସମୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହୁଛି । ବୁଧବାର ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହୋଇଛି । ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ୪୮ ଘଣ୍ଟା ମଧ୍ୟରେ ଜଗତସିଂହପୁରରେ ୫୫.୬ ମିଲିମିଟର ବର୍ଷା ହୋଇଥିବା ବେଳେ ବୌଦ୍ଧ ୭୬, କୋରାପୁଟ ୪୮, ଝାରସୁଗୁଡ଼ା ୨୨.୮, କେନ୍ଦୁଝର ୨୩.୨, ଭବାନୀପାଟଣା ୧୮.୨, ବଲାଙ୍ଗିର ୨୮.୨, ସୋନପୁର ୧୩, ଯାଜପୁର ୨୪ ଏବଂ ଦାରିଙ୍ଗବାଡ଼ିରେ ୩୫ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ୧୪ ତାରିଖରେ ମଧ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ୟେଲୋଓ୍ବାର୍ନିଂ ଜାରି କରାଯାଇଛି ।

jittmm
Leave A Reply

Your email address will not be published.