ଲୋଇସିଂହା ଥାନାରେ ଜଣଙ୍କୁ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ୨୫,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍ପିଙ୍କ ସୂଚନା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ଲୋଇସିଂହା ଥାନାରେ ଜଣଙ୍କୁ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ୨୫,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଆଜି ଏସ୍ପି ନିତିନ କୁଶଲକର ସୂଚନା ଦେଇଛନ୍ତି । ତେବେ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ହୋଇଥିବା ଦୋଷୀ ଜଣଙ୍କ ନାମ ହେଲା କିରଣ ଭୁଏ । ଦୋଷୀ କିରଣକୁ ଲୋଇସିଂହା ପି.ସ୍ କେସ୍ ନଂ ୧୧୦, ତା. ୨୫.୦୬.୨୦୧୫ ୟୁ/ଏସ୍ ୩୭୬ (୨) (ଆଇ), ୩୭୬(ଏନ୍) ଆଇପିସି ଏବଂ ପୋକ୍ସୋ କେସ୍ ଆକ୍ଟ ୬ରେ କିରଣକୁ ୧୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ କରିବା ସହ ୨୫,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍ପି ସୂଚନା ଦେଇଛନ୍ତି ।