centurian jitm

୨୦୨୪-୨୫ ଶିକ୍ଷା ବର୍ଷର ଦ୍ୱିତୀୟ ସମାପ୍ତି ସୂଚକ ଆକଳନ ଫଳାଫଳ ପ୍ରକାଶିତ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଏନ୍‌ଏସି ଅଧୀନସ୍ଥ ସରକାରୀ ବାଳକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨୦୨୪-୨୫ ଶିକ୍ଷା ବର୍ଷର ଦ୍ୱିତୀୟ ସମାପ୍ତି ସୂଚକ ଆକଳନ ଫଳାଫଳ ପ୍ରକାଶିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ହେମନ୍ତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଏସ୍‌ଏମ୍‌ସି ଉପାଧ୍ୟକ୍ଷା ଜନନୀ ଧରୁଆ ଯୋଗଦେଇ ଫଳାଫଳକୁ ଉନ୍ମୋଚନ କରିଥିଲେ । ସିଆର୍‌ସିସି ଜଗମୋହନ ତ୍ରିପାଠୀ ଓ ବ୍ଲକ ଏକାଉଣ୍ଟାଣ୍ଟ ଟୁନା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଗତି ପତ୍ର ବଣ୍ଟନ କରିଥିଲେ । ସହକାରୀ ଶିକ୍ଷୟିତ୍ରୀ ପ୍ରଶାନ୍ତି ଦାସ ଓ ରଞ୍ଜିତା ନାଗ ସହଯୋଗ କରିଥିଲେ । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଆକାଂକ୍ଷା ରାଣୀ ଯୋଶୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.