
ପଦ୍ମପୁର, (ନିରୋଜ କୁମାର ପାଣୀ) : ରଜପର୍ବ ସହ ସମନ୍ୱୟରେ ଯୁବ ପିଢ଼ି, ପରିଚୟ ଓ ସଶକ୍ତିକରଣ ଉତ୍ସବ ଅବସରରେ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ଗୋଳି ରାଉତଙ୍କ ନେତୃତ୍ୱରେ ବ୍ଲକ ମିଶନ ଶକ୍ତି ଭବନ ସମ୍ମୁଖରେ ପ୍ରକଳ୍ପ ସ୍ତରୀୟ ଅଦ୍ଵିକା କିଶୋରୀ ସୁଭଦ୍ରା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଉପାଧ୍ୟକ୍ଷା ଭାରତୀ ପଟ୍ଟନାୟକ ଓ ସମ୍ମାନିତ ଅତିଥି ଭାବରେ ସାଂସଦ ପ୍ରତିନିଧି ଜ୍ୟୋଷ୍ଣାରାଣୀ କର, ଜିପିଓ ପ୍ରସନ୍ନ ନାଗ, ପିଓ ମାଙ୍ଗଲିକା ଦାସ, ଡିସି ତରୁଣ ସେନ ପୃସେଠ, ଏବିଓ ରାମ ସିଂ ଭୋଇ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ କିଶୋରୀମାନଙ୍କୁ ନେଇ ରଜ ମୁକୁଟ ପ୍ରତିଯୋଗିତା, ପୁଚି ଖେଳ ଓ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ପୁରସ୍କାର ବିତରଣ କରଯାଇଥିଲା । ଏହି କାର୍ଯ୍ୟକ୍ରମରେ କିଶୋରୀ ବାଳିକା, ଅଙ୍ଗନବାଡି କର୍ମୀ ଯୋଗଦେଇଥିବା ବେଳେ ମହିଳା ପରିଦର୍ଶିକା, ସୁଭଦ୍ରା ହେଲ୍ଫ ଡେସ୍କ ସହଯୋଗ କରିଥିଲେ । ଶେଷରେ ମିହିର କାନ୍ତ କୁମାର ଧନ୍ୟବାଦ ଅର୍ପଣ କରିଥିଲେ ।