oom

ନେତାଜୀ ସଂଗ୍ରାମୀ ପରିଷଦର ମୁଖପତ୍ର ‘ସୁଭାଷ ଚିନ୍ତନ’ ଲୋକାର୍ପିତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ନେତାଜୀ ସଂଗ୍ରାମୀ ପରିଷଦ ପକ୍ଷରୁ ଆଜି ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଗ୍ରଗାମୀ ନେତୃତ୍ୱ ନେଇଥିବା ବୀରସୁରେନ୍ଦ୍ର ସାଏ ଓ ନେତାଜୀ ସୁଭାଷଚନ୍ଦ୍ର ବୋଷଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ସ୍ଥାନୀୟ ନେତାଜୀ ଛକଠାରେ ଥିବା ନେତାଜୀ ସୁଭାଷ ବୋଷଙ୍କ ପ୍ରତିମୂର୍ତ୍ତି ଓ ବୀରସୁରେନ୍ଦ୍ର ସାଏଙ୍କ ଫଟୋଚିତ୍ରରେ ପରିଷଦ ପକ୍ଷରୁ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ସଂପ୍ରତି କରୋନା କଟକଣା ଥିବାରୁ ନିୟମକୁ ମାନି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ନେତାଜୀ ସଂଗ୍ରାମୀ ପରିଷଦର ୩୧ତମ ପ୍ରତିଷ୍ଠା ଦିବସ ଅବସରରେ ପରିଷଦର ମୁଖପତ୍ର ତ୍ରୟମାସିକ ସାହିତ୍ୟ ପତ୍ରିକା ‘ସୁଭାଷ ଚିନ୍ତନ’କୁ ଅତିଥିଗଣ ଲୋକାର୍ପିତ କରିଥିଲେ । ସଂଗ୍ରାମୀ ପରିଷଦର ସଭାପତି ଲକ୍ଷ୍ମୀନାରାୟଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ରତନ ମହାରଣା, ଉଦ୍ୟୋଗପତି ରାଜେନ୍ଦ୍ରକୁମାର ଶର୍ମା, ପଦ୍ମଚରଣ ଆଚାର୍ଯ୍ୟ, ଗୋପାଳଜୀ ପାଣିଗ୍ରାହୀ, ରଜନୀକାନ୍ତ ମିଶ୍ର, ସନ୍ତୋଷ ଅଗ୍ରୱାଲ, ଡ.ଲକ୍ଷ୍ମଣ ମେହେର, ଡ.ସୁଧାଂଶୁଶେଖର ପଟ୍ଟନାୟକ, ସନ୍ଦୀପ କୁଅଁର, ବୀରେନ୍ଦ୍ର ବନଛୋର, ରତ୍ନମୟ ତ୍ରୀପାଠୀ, ଜଗନ୍ନାଥ ମହାଣା, ପ୍ରଦୀପ ଭୋଇ, ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଗୋବିନ୍ଦ ସାହୁ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ ପ୍ରମୁଖଙ୍କ ସହିତ ବହୁସଂଖ୍ୟାରେ ବୁଦ୍ଧିଜୀବୀ ଓ ସାମ୍ବାଦିକ ଯୋଗଦେଇଥିଲେ ।

jittmm
Leave A Reply

Your email address will not be published.