centurian jitm

ସାନ ଆର୍ଯ୍ୟପଲ୍ଲୀ ଐତିହାସିକ ଠାକୁରାଣୀଯାତ୍ରା ପାଇଁ ଶୁଭସ୍ତମ୍ଭ ସ୍ଥାପନ

nschool

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ ଅନ୍ତର୍ଗତ ସାନ-ଆର୍ଯ୍ୟପଲ୍ଲୀ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ଶ୍ରୀଶ୍ରୀ ମୁତ୍ୟାଲୁ ପୋଲାମ୍ମା ଠାକୁରାଣୀଙ୍କ ଯାତ୍ରା ନିମନ୍ତେ ବୁଧବାର ଅପରାହ୍ନରେ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି । ଏହି ଐତିହାସିକ ଯାତ୍ରା ଦୀର୍ଘ ର୍ବର୍ଷ ପରେ ବର୍ଣ୍ଣାଢ଼୍ୟ ସମାରୋହରେ ଆୟୋଜିତ ହେଉଥିବା ନେଇ ସାନ-ଆର୍ଯ୍ୟପଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ଏବେ ଚଳଚଞ୍ଚଳ ଦେଖାଦେଇଛି । ଚଳିତବର୍ଷ ଏହି ଯାତ୍ରା ଖୁବ ଧୁମ୍‌ଧାମ୍‌ରେ ଏବଂ ଯାକଜମକରେ ପାଳନ କରାଯାଉଥିବା ଦେଖାଦେଇଛି । ଏ ସମ୍ପର୍କରେ ଯାତ୍ରା କମିଟି ଏବଂ ଗ୍ରାମ୍ୟ କମିଟି ପକ୍ଷରୁ ବିହିତ ବନ୍ଦୋବସ୍ତ, ବିଧିବଦ୍ଧ ବ୍ୟବସ୍ଥା ଓ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଗ୍ରାମର ମଝିରେ ତଥା ନେତାଜୀ ସୁବାଷବୋଷ ଛକ ନିକଟରେ ବର୍ଣ୍ଣାଢ଼୍ୟ ସମାରୋହରେ ନାନା ବାଦ୍ୟ ଧ୍ୱନି ମାଧ୍ୟମରେ ଗ୍ରାମବାସୀମାନେ ସମାଗମ ହୋଇ ପୂଜାର୍ଚ୍ଚନା କରି ଶୁଭସ୍ତମ୍ଭ ସ୍ଥାପନ କରିଥିଲେ । ପ୍ରାୟତଃ ୧୨୦ ମିଟର ସୁଦୀର୍ଘ ଶୁଭସ୍ତମ୍ଭକୁ ଆନନ୍ଦର କୋଳାହଳର ସହ ସାମୁହିକ ଉଠାଇ ସ୍ଥାପନ କରିଥିଲେ । ଦୀର୍ଘ ୧୨ ବର୍ଷ ପରେ ଏହି ଯାତ୍ରା ଆୟୋଜନ ହେଉଥିବାରୁ ଗ୍ରାମବାସୀମାନେ ଖୁବ ଉତ୍ସାହିତ ହୋଇଛନ୍ତି । ଏହା ଯାତ୍ରା ଆସନ୍ତା ୨୩ ତାରିଖ ଠାରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଇଛି । ଛତ୍ରପୁର ଓ ଏହାର ଆଖପାଖ ଅଞ୍ଚଳର ଲୋକଙ୍କ ନିମନ୍ତେ ସାଂସ୍କୃତିକ କାର୍ଯ୍ୟକ୍ରମ, ନାଟକ, ଥିଏଟର ଆଦି ମନୋରଞ୍ଜନ କାର୍ଯ୍ୟକ୍ରମ ହେଉଥିବା ଜଣାପଡିଛି । ସର୍ବୋପରି ଗ୍ରାମ୍ୟ କମିଟି ପକ୍ଷରୁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ମୀନାବଜାର ଏବଂ ରାମଦୋଳିର ପସରା ମେଳିବା ବ୍ୟବସ୍ଥାର ଆୟୋଜନ କରାଯାଉଛି ବୋଲି କୁହାଯାଏ । ବୁଧବାର ଆୟୋଜିତ ଏହି ଶୁଭଖୁଣ୍ଟି ସ୍ଥାପନ ବେଳେ ଗ୍ରାମ୍ୟ କମିଟିର ସଭାପତି ଏମ୍‌.କାମରାଜୁ, ସମ୍ପାଦକ ଏନ୍‌.ଗୋପାଳ, କୋଷାଧ୍ୟକ୍ଷ ଜି.କାମରାଜୁ, କେ. ଏଲେୟା, ବି ସିମାଦ୍ରୀ, ପି.ରାମବାବୁ, କେ.ଦାଶରଥୀ, ଏମ ଡିଲ୍ଲୀ, ବି.ଭୀମସେନ, ଏନ.ଦୀବନ୍ଧୁ, ବି.ଗଣପତି, ବି.ସନ୍ୟାସୀ, ବି.ସୋମେୟା, ଏମ୍‌. ସତ୍ୟ, ପୂଜାରୀ ଏନ୍‌.ରଘୁନାଥଙ୍କ ସମେତ ଗ୍ରାମ୍ୟ କମିଟିର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ଏବଂ ବୁଦ୍ଧିଜୀବୀ ଓ ଗ୍ରାମବାସୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.