ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଭଦ୍ରକ-ନୟାଗଡ଼ ମେମୁ ଟ୍ରେନର କରିବେ ଶୁଭାରମ୍ଭ

ଭୁବନେଶ୍ୱର : ଆଜି ଓଡ଼ିଶା ଆସୁଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ୧୨ଟା୪୦ରେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସଡ଼କ ପଥରେ କଟକ କେଶବ ଧାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅପରାହ୍ନ ୨ଟାରେ ପହଞ୍ଚିବେ । ସେଠାରୁ କାର୍ଯ୍ୟକ୍ରମ ସାରି ଭୁବନେଶ୍ୱର ରେଳ ଷ୍ଟେସନରେ ଅପରାହ୍ନ ୩ଟା୧୫ରେ ପହଞ୍ଚିବେ ।

ଭଦ୍ରକ-ନୟାଗଡ଼ ମେମୁ ଟ୍ରେନ ଶୁଭାରମ୍ଭ କରିବେ । ସେଠାରୁ ରେଭେନ୍ସା କଲେଜ ଯାଇ ଡାକ ବିଭାଗ ଦ୍ୱାରା ପ୍ରସ୍ତୁତ ଓଡ଼ିଶାର କିମ୍ବଦନ୍ତୀ ପୁରୁଷଙ୍କର ପୋଷ୍ଟାଲ୍‌ ଷ୍ଟାମ୍ପ୍‌ ଉନ୍ମୋଚନ କାର୍ଯ୍ୟକ୍ରମରେ ଯୋଗ ଦେବେ । ସଡ଼କ ପଥରେ ଭୁବନେଶ୍ୱର ଫେରି ସନ୍ଧ୍ୟାରେ ନୂଆଦିଲ୍ଲୀ ଫେରିଯିବେ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.