centurian jitm

ଗଞ୍ଜାମ ସହର ଦୁଲୁକିଲା ହକି ବିଶ୍ୱକପର ଶୁଭାରମ୍ଭ ପର୍ବରେ

nschool

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ ଭାରତୀ ବିଦ୍ୟାପୀଠ ମିନି ଷ୍ଟାଡିୟମରେ ଏଲଇଡି ମାଧ୍ୟମରେ ଗଞ୍ଜାମ ସହରବାସୀ ଦେଖିବାକୁ ପାଇଥିଲେ ରାଜ୍ୟରେ ହେବାକୁ ଥିବା ହକି ବିଶ୍ୱକପର ଶୁଭାରମ୍ଭ କରିଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୃଶ୍ୟ ସହରବାସୀ ଉପଭୋଗ କରିଥିଲେ । ବ୍ଲକ ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଏନଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ବିଡ଼ିଓ ଜସ୍ମିନ ପ୍ରଧାନ, ଏନଏସି ଇଓ ଅବିନାଶ ମିଶ୍ର, ଉପନଗରପାଳ ସୁରେନ୍ଦ୍ର ବାରିକି, ଜିଲ୍ଲା ପରିଷଦ ସଭ୍ୟ ସନାତନ ବେହେରା, ସିଡିପିଓ ସଲୀଳା ପ୍ରଧାନ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ସୁରଥ ପାହାନ, ଜିପିଓ ଶ୍ରୀକାନ୍ତ ଗୌଡ଼, ବିଜେଡି ନଗର ଛାତ୍ର ସଭାପତି ରାକେଶ ରଞ୍ଜନ ଦାସ, ପ୍ରେସ୍‌ କ୍ଲବ ସଭାପତି ଶବର କୁମାର ତରାଇଙ୍କ ସମେତ ପ୍ରେସ୍‌ କ୍ଲବର ସମସ୍ତ କର୍ମକର୍ତ୍ତା, ମହିଳା ସ୍ୱଚ୍ଛ ସାଥୀ, ଅଙ୍ଗନୱାଡି କର୍ମୀ, ଏବିଇଓ ବିଜୟ ବେହେରା, ମହିଳା ସଙ୍ଘର ମହିଳାମାନେ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ଏହି ପଦକ୍ଷେପ ତଥା ବିଶ୍ୱକପ ଭଳି ବଡ଼ ଆୟୋଜନକୁ ସହରବାସୀ ଭୁୟଂସୀ ପ୍ରଶଂସା କରିଥିଲେ । ସେହିପରି ଏନଏସିର ବିଭିନ୍ନ ୱାର୍ଡରେ ଏଲଇଡି ଲଗାଯାଇ ଥିବା ଇଓ ମିଶ୍ର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.