ମାଣ୍ଡିଆ ରଥର ଶୁଭାରମ୍ଭ

ମ.ରାମପୁର, (ହେମନ୍ତ ସାହୁ) : ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ରୂପେ ଘୋଷଣା କରାଯାଇଛି । ଏହି ଅବସରରେ ସ୍ୱେଚ୍ଛାସେବୀ ଆନୁଷ୍ଠାନ ସେବା ଜଗତ ଜରିଆରେ ଓଡିଶା ସରକାର ଓଡିଶା ମିଲେଟ ମିଶନ, ପ୍ରକଳ୍ପ କୃଷି ଓ କୃଷକ ସଶକ୍ତ ବିଭାଗର ସହଯୋଗରେ ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା, କଳାହାଣ୍ଡି, ମିଶନ ଶକ୍ତି, ମ.ରାମପୁର ତରଫରୁ ପ୍ରଚାର ରଥ ଅଭିଯାନ ଆଗାମୀ ଚାରି ଦିନ ପାଇଁ ଶୁଭ ଉଦ୍‌ଘାଟନ କରାଯଇଛି । ଏହି ଶୁଭ କାର୍ଯ୍ୟ କ୍ରମରେ ମ.ରାମପୁର ବି.ଡି.ଓ ବିନୟ କୁମାର ଭୋଇ ମୁଖ୍ୟ ଅତିଥି ଭାବେ ଓ କୃଷି ଅଧିକାରୀ ରମ୍ଭା ମେହେର ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ସବୁଜ ସଂକେତ ପ୍ରଦାନ କରିଥିଲେ । ସେବା ଜଗତ ସମ୍ପାଦକ ସତ୍ୟନାରାୟଣ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.

error: Content is protected !!