
ରାଉରକେଲା, (ସସ୍ମିତା ପ୍ରଧାନ) : ବହୁଦିନର ଦାବୀକୁ ପ୍ରଶାସନ ଗ୍ରହଣ କରି, ଆର୍ଏମ୍ସି ତରଫରୁ ଛେଣ୍ଡ କଲୋନୀ ସ୍ଥିତ ଭିଏସ୍ଏସ୍ ମାର୍କେଟର ସମ୍ପୂର୍ଣ୍ଣ ମରାମତି କାର୍ଯ୍ୟ ୭୧ ଲକ୍ଷ ଟଙ୍କା ବ୍ୟୟରେ କରାଯିବା ପାଇଁ ରାଉରକେଲାର ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲା । ମାର୍କେଟର ସଭାପତି କାବୁଲି ପ୍ରତିହାରୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବିଧାୟକ ଶ୍ରୀ ନାୟକ ଯୋଗଦେଇ ଶୁଭ ଆରମ୍ଭ କରିଥିଲେ । ମାର୍କେଟ କାର୍ଯ୍ୟକୁ ଅତି ନିଷ୍ଠାର ସହିତ ଭଲ ଭାବରେ କରିବା ପାଇଁ ଠିକାଦାରଙ୍କୁ ଉପଦେଶ ଦେଇ ଦୋକାନୀ ଭାଇମାନଙ୍କୁ ସହଯୋଗ କରିବା ସହିତ ତଦାରଖ କରିବା ପାଇଁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜୟନ୍ତ କୁମାର ମିଶ୍ର, ଜର୍ଜ ଆନନ୍ଦ, ଦେବନନ୍ଦନ ତ୍ରିପାଠୀ, ଅକ୍ଷୟ ଜେନା, ପ୍ରେମା ବଡ଼ାଇକ, ପ୍ରତାପ ଦାସ, ମନୋଜ ପଣ୍ଡା, ପ୍ରତାପ ସାହୁ, ବିଶ୍ୱନାଥ ଦାସ, ପ୍ରଦୀପ ଦାସ, କାଶୀନାଥ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।