ଭୁବନେଶ୍ୱରରୁ ଜୟପୁର ସହରକୁ ବିମାନସେବା ଉଡାଣର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସର୍ବଦା ଓଡିଶାର ପ୍ରତ୍ୟେକ କୋଣ ଅନୁକୋଣର ରୂପାନ୍ତର ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି । ଭୁବନେଶ୍ୱରରୁ ଜୟପୁର ସହରକୁ ବିମାନ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜୟପୁର ବିମାନବନ୍ଦରକୁ ଉଡାନ (Ude Desh ki Aam Naagrik) ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଓଡିଶା ସରକାର ଏବଂ ବିମାନବନ୍ଦର ପ୍ରାଧିକରଣଙ୍କ ମିଳିତ ଉଦ୍ୟମରେ ବିମାନବନ୍ଦର ରୂପେ ବିକାଶ କରାଯାଇଅଛି ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ଦ୍ୱାରା ଆଞ୍ଚଳିକ ଅଞ୍ଚଳରେ ଯାତ୍ରୀଙ୍କ ଯାତାୟତ ବୃଦ୍ଧି ତଥା ସୁଲଭ ମୂଲ୍ୟରେ ବିମାନ ସଂଯୋଗ ଯୋଗାଇବା ତଥା ନୂତନ ବିମାନବନ୍ଦର ବିକଶିତ କରିବା ଉଦ୍ଦେଶ୍ୟରେ ଉଡାନ ଯୋଜନା ପ୍ରଣୟନ କରାଯାଇଥିଲା । ଏହି ଯୋଜନା ଅନୁଯାୟୀ ରାଜ୍ୟ ସରକାର ବିମାନବନ୍ଦର ନିମନ୍ତେ ଆବଶ୍ୟକ ହେଉଥିବା ଜମି, ସୁରକ୍ଷା ଏବଂ ଅଗ୍ନିଶମ କର୍ମଚାରୀ, ବିଦ୍ୟୁତ୍ ଏବଂ ଜଳ ଦେୟ, ମାନବ ଶକ୍ତି ଏବଂ ଆର୍ଥିକ ପ୍ରୋତ୍ସାହନ ଇତ୍ୟାଦି ପ୍ରଦାନ କରିଥାନ୍ତି ।

ଗତ ଅକ୍ଟୋବର ୨୦ ତାରିଖରେ ଜୟପୁର ବିମାନବନ୍ଦର ନୂଆଦିଲ୍ଲୀର ବେସାମରିକ ବିମାନ ଚଳାଚଳର ମହାନିର୍ଦ୍ଦେଶକଙ୍କ ଠାରୁ 2B VFR ବର୍ଗରେ ଉଡାଣ ନିମନ୍ତେ ଲାଇସେନ୍ସ ପାଇଛିö ଭୁବନେଶ୍ୱର, ଝାରସୁଗୁଡା ଏବଂ ରାଉରକେଲା ବିମାନବନ୍ଦର ପରେ ଏହା ରାଜ୍ୟର ଚତୁର୍ଥ ଲାଇସେନ୍ସ ପ୍ରାପ୍ତ ବିମାନବନ୍ଦର ଭାବେ ପରିଗଣିତ ହେବ । ଏହା ରାଜ୍ୟର ପ୍ରଥମ ନିଜସ୍ୱ ବିମାନବନ୍ଦର ହେବ, ଯାହା ବ୍ୟବସାୟିକ ବିମାନ ଚଳାଚଳ ପାଇଁ ଲାଇସେନ୍ସପ୍ରାପ୍ତ ।

ପ୍ରଥମ ପ~ðýûୟରେ, ଜୟପୁର ସହରଟି ଆକାଶପଥରେ ଭୁବନେଶ୍ୱରକୁ ସଂଯୋଗ କରିବାକୁ ଯାଉଛି ଏବଂ M/s ଇଣ୍ଡିଆ ୱାନ ଏୟାରକୁ ନିୟମିତଭାବେ ୯ ସିଟର ବିଶିଷ୍ଟ ବିମାନକୁ ବ୍ୟବହାର କରି ଉପରୋକ୍ତ ମାର୍ଗରେ ପ୍ରାରମ୍ଭିକ ଭାବେ ୯୯୯ ଟଙ୍କା ମୂଲ୍ୟରେ ଉଡାଣ ପାଇଁ ଚୟନ କରାଯାଇଛି । ଭୁବନେଶ୍ବରରୁ ଏବଂ ଜୟପୁର ସହର ମଧ୍ୟରେ ଯାତ୍ରା ସମୟ ୧.୩୦ ଘଣ୍ଟା ହେବ ।

ଜୟପୁର ସହରରେ ବିମାନବନ୍ଦର ଏହି ଅଞ୍ଚଳର ଅର୍ଥନୈତିକ କାର୍ଯ୍ୟକଳାପକୁ ତ୍ୱରାନ୍ୱିତ କରିବା ପାଇଁ ଓ ରାଜ୍ୟ ରାଜଧାନୀକୁ ସଂଯୋଗ କରିବା ପାଇଁ ଅତ୍ୟନ୍ତ ଆବଶ୍ୟକ ଥିଲା । ବର୍ତ୍ତମାନ ଏହି ସହରଟି ଦକ୍ଷିଣ ଓଡିଶାର ଏକ ବାଣିଜ୍ୟ କେନ୍ଦ୍ର ଭାବରେ ଉଭା ହୋଇଛି ଯେଉଁଥିରେ ଅନେକ ଉତ୍ପାଦନକ୍ଷମ କାରଖାନା ଅଛି, ଏହା ବ୍ୟତୀତ ଏଠାରେ ଦର୍ଶକ ମାନଙ୍କ ପାଇଁ ଅନେକ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳୀ ଏବଂ ବିଭିନ୍ନ ଖ୍ୟାତିସମ୍ପନ୍ନ ଅନୁଷ୍ଠାନ ଅଛି । ଜୟପୁର ବିମାନବନ୍ଦର ପାଇଁ ଅନେକ ଦିନ ଧରି ଜନସାଧାରଣଙ୍କର ଦାବୀ ଥିଲା ଏବଂ ବର୍ତ୍ତମାନ, ବିମାନ ସଂଯୋଗ ପ୍ରତ୍ୟେକ ଦିଗରେ ସମସ୍ତଙ୍କ ସ୍ୱପ୍ନକୁ ପୂରଣ କରିପାରିବ ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଟୁକୁନି ସାହୁ , ମୁଖ୍ୟ ଶାସନ୍ ସଚିବ ସୁରେଶ ମହାପାତ୍ର, ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି କେ ପାଣ୍ଡିଆନ୍ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.