oum

ଛତ୍ରପୁର ବ୍ଲକରେ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଶୁଭାରମ୍ଭ ହେଲା ସଚେତନତା ରଥ

jsm

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା କୃଷି ସୂଚନା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଗୁରୁବାର ଛତ୍ରପୁର କୃଷି ସୂଚନା ଓ ପରାମର୍ଶ କେନ୍ଦ୍ର ପକ୍ଷରୁ ଚାଷୀମାନଙ୍କ ହିତ ଦୃଷ୍ଟିରୁ ଏକ ସଚେତନତା ରଥର ଶୁଭାରମ୍ଭ ହୋଇଯାଇଛି । ଏହି ରଥ ଛତ୍ରପୁର ବ୍ଲକର ବିଭିନ୍ନ ସ୍ଥାନରେ ବୁଲି ଚାଷୀଙ୍କ ସୁବିଧା ନିମନ୍ତେ ବିଭିନ୍ନ ସଚେତନତା କରାଇବ । ଛତ୍ରପୁର କୃଷି ସୂଚନା ପରାମର୍ଶ କେନ୍ଦ୍ରରେ ଏହି ରଥକୁ ସହକାରୀ କୃଷି ଅଧିକାରୀ ନିରୁନିକୁଞ୍ଜ ନାୟକ, କୃଷି ଅଧିଦର୍ଶକ ଦୁର୍ଗା ପ୍ରସାଦ ପ୍ରଧାନ, ଏଟିଏମ ଗୋପୀନାଥ ଦାଶ, ସୋନାଲି ମହାନ୍ତି ଓ ସମଦତ୍ତ ପଟ୍ଟନାୟକ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । କୃଷକ ଓଡିଶା ପୋର୍ଟାଲରେ ଚାଷୀଙ୍କ ନାମ ପଞ୍ଜିକରଣ କରିବା, ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ଧାର୍ଯ୍ୟ ତାରିଖ ଅନୁସାରେ ଚାଷୀମାନେ ଅନଲାଇନରେ କେୱାଇସି କରିପାରିବେ ସେଥି ନିମନ୍ତେ ଏହି ରଥ ମାଧ୍ୟମରେ ସଚେତନତା କରାଯିବ ।

Leave A Reply

Your email address will not be published.