ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଝରଣୀପାଲିଠାରେ ମେଗା ଉଠା ଜଳସେଚନ ପ୍ରକଳ୍ପ ଅନ୍ତର୍ଗତ ଫସଲ ବିବିଧିକରଣ ଯୋଜନାରେ ସିବିବିଓଙ୍କ ମାଧ୍ୟମରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି । ଆଗଲପୁର ବ୍ଳକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ସ୍ଥାନୀୟ କୃଷି କର୍ମଚାରୀ ବୈକୁଣ୍ଠ ଜଗତ୍, ଏଫ୍ଏ ପଲ୍ଲୀ ଆଲୋକ ପାଠାଗାର ଗୋବିନ୍ଦଚନ୍ଦ୍ର ବିଶି, ପ୍ରହଲ୍ଲାଦ ପ୍ରଧାନ, ପିଙ୍କୁ ପଧାନ, କୃଷକ ସାଥୀ ଅଚ୍ୟୁତ କୁମ୍ଭାର, ଏଫ୍ଇଏସ୍ ତାଲିମଦାତା ମହେନ୍ଦ୍ର ପଧାନ ପ୍ରମୁଖଙ୍କ ଉପସ୍ଥିତିରେ ପୁଇନ୍ତଲା କୃଷକ ଉତ୍ପାଦକ କମ୍ପାନୀର କଷ୍ଟମ୍ ହାୟରିଙ୍ଗ ସେଣ୍ଟର, ଗାୟତ୍ରୀ ମହିଳା ସ୍ୱୟଂ ସହାୟକ ଦଳ ପ୍ରାଥମିକ ପ୍ରକ୍ରିୟାକରଣ ଯନ୍ତ୍ରର ଶୁଭାରମ୍ଭ କରିଥିଲେ । ଗ୍ରାମ୍ୟ ଶକ୍ତି ମହିଳା ସ୍ୱୟଂ ସହାୟକ ଦଳର ସଦସ୍ୟା ଓ ମହଦାସନୀ ଏଫପିଓ କର୍ମକର୍ତ୍ତା ତଥା ସ୍ଥାନୀୟ ଚାଷୀ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀଯୁକ୍ତ ପାଣିଗ୍ରାହୀ ଫସଲ ବିବିଧିକରଣର ଆବଶ୍ୟକତା, କୃଷି ଯନ୍ତ୍ରପାତି ବ୍ୟବହାର, ମୂଲ୍ୟଯୁକ୍ତ ପ୍ରାଥମିକ ପ୍ରକ୍ରୀୟାକରଣ ଏବଂ ବଜାର ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରି ସରକାରଙ୍କ ଯୋଜନାର ସଫଳ ରୂପାୟନ ପାଇଁ ଆହ୍ୱାନ ଦେଇଥିଲେ ।

Prev Post