oom

ବାରିପଦା ପୌର ପାଳିକା ତରଫରୁ “ଏକ ପେଡ ମାଆ କେ ନାମ ” କାର୍ଯ୍ୟକ୍ରମର ଶୁଭାରମ୍ଭ

jsmm

ବାରିପଦା, (ଦେବସ୍ମିତ ଚୌଧୁରୀ) : ଆଜି ବାରିପଦା ପୌରପାଳିକା ଆନୁକୂଲ୍ୟରେ ସ୍ଥାନୀୟ ବେଲଗଡ଼ିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ “ଏକ ପେଡ, ମାଆ କେ ନାମ “( ମାଆ ପାଇଁ ଗଛଟିଏ ) କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ମନ୍ତ୍ରୀ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଶୁଭ ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ନଗରପାଳ କୃଷ୍ଣାନନ୍ଦ ମହାନ୍ତି ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ଉପସ୍ଥାପନ କରିଥିଲେ । ଏହି ଅବସରରେମୁଖ୍ୟ ଅତିଥି କହିଥିଲେ ଯେ ଆଜି ପବିତ୍ର ଆନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କ ଦିଗଦର୍ଶନରେ ଏହି “ମାଆ ପାଇଁ ଗଛଟିଏ” ମହାନ କାର୍ଯ୍ୟକ୍ରମ ଦେଶ ବ୍ୟାପି ଚାଲିଛି । ପ୍ରକୃତ ପକ୍ଷେ ବୃକ୍ଷ ହେଉଛି ଆମ ମାଆ ପରି । କାରଣ ବଂଚିବା ପାଇଁ ପ୍ରାଣୀ ଜଗତର ମୌଳିକ ଆବଶ୍ୟକତା ଅମ୍ଳଜାନ ଆମେ ବୃକ୍ଷଠାରୁ ହିଁ ପାଇଥାଉ । ତେଣୁ ଆମେ ସମସ୍ତେ ଯଦି ନିଜ ନିଜ ମାଆ ପ୍ରତି ଶ୍ରଦ୍ଧା ଭକ୍ତି ରଖି ଗୋଟିଏ ଗୋଟିଏ ଗଛ ଲଗାଇବା ତେବେ ପର୍ଯ୍ୟାପ୍ତ ପରିମାଣରେ ଅମ୍ଳଜାନ ପାଇପାରିବା ଏବଂ ସୁସ୍ଥ ରହିବା । ଏହି ଅଭିଯାନରେ ବାରିପଦା ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ୫୩୫ ଟି ବୃକ୍ଷ ଚାରା ରୋପଣ କରାଯିବା ଲକ୍ଷ୍ୟ ରଖାଯାଇଛି ଏବଂ ଅନ୍ୟାନ୍ୟ ୟୂ ଏଲ ବିରେ ମଧ୍ୟ ଏହି କାର୍ଯ୍ୟକ୍ରମ ହେଉଛି । ଏହାପରେ ମନ୍ତ୍ରୀ ବିଦ୍ୟାଳୟ ପରିସରରେ କିଛି ବୃକ୍ଷ ଚାରା ରୋପଣ କରିଥିଲେ । ବାରିପଦା ପୌର ପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତଙ୍କ ଦ୍ୱାରା ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ପୌର ପାଳିକା ଉପାଧ୍ୟକ୍ଷା ସୀମା ଦାସ ଧନ୍ୟବାଦ ଅର୍ପଣ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମାଆ ଦୁର୍ଗା ଆଞ୍ଚଳିକ ମହାସଂଘ ସଦସ୍ୟା, ଜନ କଲ୍ୟାଣ ମହାସଙ୍ଘ ସଦସ୍ୟା ଓ ୱାର୍ଡ ନଂ-୧ର ସୁକେଶିନୀ ସେଠୀ, ୱାର୍ଡ ନଂ -୫ର ପୂଜା ତରେଇ, ୱାର୍ଡ ନଂ -୧୯ର ଦିଗବିଜୟ ସିଂ, ୱାର୍ଡ ନଂ -୨୩ର ଅନନ୍ତ କୁମାର ଦାସ, ୱାର୍ଡ ନଂ ୧୧ର -ପ୍ରଭାତୀ ପୃଷ୍ଟି, ୱାର୍ଡ ନଂ -୨୫ର ଜିତା ସିଂ, ୱାର୍ଡ ନଂ -୨୧ର ଲକ୍ଷ୍ମୀଧର ହାବଡା ପ୍ରମୁଖ କାଉନସିଲର ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.