ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋକପ୍ରିୟ ଯୁବ ସଂଗଠନ ମାହେଶ୍ୱରୀ ସାମାଜିକ ସଂଗଠନର ଆଉ ଏକ ନୂତନ ଶାଖା ଆଜି ଦେଓଗାଁ ବ୍ଲକରେ ଶୁଭାରମ୍ଭ ହୋଇଯାଇଛି । ସମାଜର ହିତ ଉଦ୍ଦେଶ୍ୟରେ ଜାରି ରହିଥିବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ତଥା ସଂଗଠିତ ଭାବରେ କାମ କଲେ ଅନେକାଂଶରେ ଅସହାୟଙ୍କୁ କିଛି ସାହାଯ୍ୟ କରିହେବ, ସେହି ବିଶ୍ୱାସରେ ଅନେକ ସଂଖ୍ୟାରେ ଯୁବଗୋଷ୍ଠି ଦେଓଗାଁରେ ଆନୁଷ୍ଠାନିକ ଭାବେ ହୋଇଥିବ ପ୍ରାରମ୍ଭିକ ସଭାରେ ମାହେଶ୍ୱରୀ ସଂଗଠନରେ ଯୋଗ ଦେଇଥିଲେ । ଏଥିରେ ସଭାପତି ଭାବରେ ପ୍ରଦୀପ ନାଏକ, ଉପସଭାପତି ଭୁଜେନ୍ଦ୍ର ପାଣ୍ଡେ ଏବଂ ସଂଯୋଜକ ଭାବରେ ରାଜେଶ ପ୍ରଧାନ ପ୍ରମୁଖ ଦାୟିତ୍ୱ ଗ୍ରହଣ କରିଥିଲେ । ମାହେଶ୍ୱରୀ ସଂଗଠନର ପରିଚାଳନା ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ, ସଭାପତି ଶୋଭନ ଅଗ୍ରୱାଲ ସଦର ସଭାପତି ଦେବାଶିଷ ପାଣ୍ଡିଆ, ସଦସ୍ୟ ଆଶୁତୋଷ ବାଗ ପ୍ରମୁଖ ଉପସ୍ଥିତ ରହି ନୂତନ ଭାବେ ଗଠିତ ସଂଗଠନକୁ ସୁଦୃଢ ତଥା ବ୍ୟାପକ କରିବାକୁ ଆହ୍ୱାନ ଦେଇଥିଲେ । କେବଳ ଦେଓଗାଁ ବ୍ଲକରେ ସେବା କାର୍ଯ୍ୟ ସିମିତ ନ ରହି ବରଂ ପାରୁ ପର୍ଯ୍ୟନ୍ତ ପାଖାପାଖି ଗ୍ରାମାଂଚଳରେ ମଧ୍ୟ ଆମ ଦୃଷ୍ଟି ରହିବ ବୋଲି ନୂତନ ଭାବେ ମନୋନୀତ ହୋଇଥିବା ସଭାପତି ମତ ରଖିଥିଲେ । ଦେଓଗାଁ ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଏବଂ ଗରିବମାନଙ୍କୁ ସାହାଯ୍ୟ ଯୋଗେଇ ଦେବା ପାଇଁ ମତ ରଖିଥିଲେ ମାହେଶ୍ୱରୀ ସଂଗଠନର ନିର୍ଦ୍ଦେଶକ ଅଙ୍କୁଶ କୁମାର ପାଣ୍ଡିଆ ।
Prev Post