ଶାସ୍ତ୍ରୀନଗର ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଜାତୀୟ ପୋଲିଓ ଦିବସ ଉପଲକ୍ଷେ ବଲାଙ୍ଗିର ସହରର ଶାସ୍ତ୍ରୀନଗର ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରଠାରେ ଜିଲ୍ଲାସ୍ତରୀୟ ପୋଲିଓ ଟୀକାକରଣ ଅଭିଯାନର ଶୁଭାରମ୍ଭ ହୋଇଯାଇଛି । ଉକ୍ତ ଅଭିଯାନର ଶୁଭାରମ୍ଭ ଅବସରରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. କୁବେର ଚନ୍ଦ୍ର ମହାନ୍ତ ଉପସ୍ଥିତ ଶିଶୁ (୫ ବର୍ଷରୁ କମ୍‌)ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଉଦ୍‌ଘାଟନ କରିଥିଲେ । ଏଥିରେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ଦିବ୍ୟ କିଶୋର ପତି, ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ଼. ସୁଧା ବାର୍ଲା, ଡ଼. ଶ୍ୟାମ ସୁନ୍ଦର ଆଡ।ପ୍ପା (ଏସ୍‌ଏମ୍‌ଓ), ଡ଼. ରାକେଶ ରଞ୍ଜନ ମୁଣ୍ଡ (ମେଡିକାଲ ଅଫିସର,ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀନଗର), ଗୁରୁଦେବ କୁମ୍ଭାର (ଏଏମ୍‌ଆର୍‌ସିଏଚ୍‌), ରାମାନୁଜ ପଣ୍ଡା (ଏପିଏମ୍‌), ପିଟରସନ ଭୋଇ (ଆର୍‌ୟୁସିସିଏମ୍‌), ସୁଦାମ ପ୍ରଧାନ (ଆଇସିଏ) ତଥା ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ନିର୍ଦ୍ଦେଶକ, ଚେୟାରମ୍ୟାନ ସତ୍ୟ ରଞ୍ଜନ ମିଶ୍ର ଓ ରବି ରଞ୍ଜନ ପୂଜାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ପରିଚାଳନାରେ ସହଯୋଗ କରିଥିଲେ । ଉପରୋକ୍ତ କାର୍ଯ୍ୟକ୍ରମ ୩ ମାର୍ଚ୍ଚଠାରୁ ୫ ମାର୍ଚ୍ଚ (ତିନି ଦିନ) ପର୍ଯ୍ୟନ୍ତ ସକାଳ ୮ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ଚାଲୁରହିବ । ଚଳିତ ବର୍ଷ ପୋଲିଓ ଟୀକ।ରଣ ଅଭିଯାନ ମାଧ୍ୟମରେ ୫ ବର୍ଷରୁ କମ ବୟସର ୧,୩୧, ୫୦୯ ଶିଶୁଙ୍କୁ ୧,୪୧୬ ବୁଥ୍‌ ମାଧ୍ୟମରେ ଟୀକାଦାନ କରାଯିବ । ତ।‘ ସହ ୨,୮୩୪ ଟିମ୍‌ ସହାୟତାରେ ୪,୬୭,୩୫୩ ଘରକୁ ଘର ବୁଲି ବୁଲି ଟୀକାକରଣ କରିବାର ବ୍ୟବସ୍ଥା କରାଯାଇଛି । ଏହା ସହ ୪୧ଟି ଟ୍ରାନଜିଟ ଟିମ୍‌, ୧୩ଟି ଭ୍ରାମ୍ୟମାଣ ଟିମ୍‌ର ବ୍ୟବସ୍ଥା କରାଯାଇଛି । ଏହି କାର୍ଯ୍ୟକ୍ରମକୁ ସୂଚାରୁ ରୂପେ ସମ୍ପନ୍ନ କରିବା ପାଇଁ ୧୬୩ ନିରୀକ୍ଷଣଙ୍କ ବ୍ୟବସ୍ଥା କରାଯାଇଛି । ସର୍ବମୋଟ ୩୧୦୮ ଜଣ ସ୍ୱାସ୍ଥ୍ୟ କର୍ମୀ ତଥା ସ୍ଵେଚ୍ଛାସେବୀଙ୍କ ସହଯୋଗରେ କାର୍ଯ୍ୟକ୍ରମକୁ ସଫଳ କରାଯିବ ବୋଲି ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଜଣାଇଛନ୍ତି ।

Leave A Reply

Your email address will not be published.