jayashree

ନବବର୍ଷ ଉପଲକ୍ଷେ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ : ଇଂରାଜୀ ନବବର୍ଷ ୨୦୨୪ ଉପଲକ୍ଷେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସମସ୍ତଙ୍କ ପାଇଁ ‘ଚମତ୍କାର ୨୦୨୪’ କାମନା କରିଛନ୍ତି । ‘ଏକ୍ସ’ ‌କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ସମସ୍ତଙ୍କ ପାଇଁ ଚମତ୍କାର ୨୦୨୪ କାମନା କରୁଛି। ଏବର୍ଷ ସମସ୍ତଙ୍କ ପାଇଁ ସମୃଦ୍ଧି, ଶାନ୍ତି ଓ ଉତ୍ତମ ସ୍ବାସ୍ଥ୍ୟ ଆଣିଦେଉ ।

ସେହିପରି, ଆଜି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଜନ୍ମଦିନ ହୋଇଥିବାରୁ ଆଉ ଏକ ‘ଏକ୍ସ୍‌’ ପୋଷ୍ଟ୍‌ରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ‘ଏକ୍ସ୍‌’ କରି ସେ ଲେଖିଛନ୍ତି, ସମଗ୍ର ଭାରତରେ ବିମାନ ଚଳାଚଳ ସମ୍ବନ୍ଧୀୟ ଭିତ୍ତିଭୂମି ବୃଦ୍ଧି ଲାଗି ପ୍ରଚେଷ୍ଟା କରିଥିବା କ୍ୟାବିନେଟ୍‌ ମନ୍ତ୍ରୀ ଶ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଜନ୍ମଦିନ ଶୁଭେଚ୍ଛା ।

Leave A Reply

Your email address will not be published.