oom

ସାଂସଦ ସୁବାଷ ସିଂଙ୍କୁ ବଲାଙ୍ଗିର ନାଗରିକ କମିଟି ତରଫରୁ ସମ୍ବର୍ଦ୍ଧିତ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସେବା ସଦନ ଠାରେ ସାଂସଦ ସୁବାଷ ସିଂଙ୍କର ବଲାଙ୍ଗିର ଗସ୍ତ ଅବସରରେ ବଲାଙ୍ଗିର ନାଗରିକ କମିଟି ତରଫରୁ ସଭାପତି ବିକ୍ରମାନନ୍ଦ ବହିଦାରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ସୁବାଷ ସିଂଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବିଗତ ଦିନରେ ଏହି ଅଂଚଳର ଶ୍ରମିକ ସମସ୍ୟା ତଥା କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟା ଏବଂ ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟକୁ ୟୁଜିସି ମାନ୍ୟତା ଦେବାରେ ତାଙ୍କର ଉଦ୍ୟମ ଯୋଗୁଁ ଫଳପ୍ରଦ ହୋଇଥିବାରୁ ତାଙ୍କୁ ସମ୍ବର୍ଦ୍ଧିତ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ବିଷ୍ଣୁ ପ୍ରସାଦ କେଡିଆ, ନାଗରିକ କମିଟି ସଭ୍ୟ ବସନ୍ତ ଆଚାର୍ଯ୍ୟ, ନକୁଳ ଅଗ୍ରୱାଲ, ମୋହନଲାଲ ଅଗ୍ରୱାଲ, ବାବୁଲାଲ କେଡିଆଙ୍କ ସହିତ ମାରୱାଡି ସମ୍ମିଳନର ଅଧ୍ୟକ୍ଷ ମହେନ୍ଦ୍ର ଅଗ୍ରୱାଲ ଏବଂ ଯୁବାମଂଚର ଅଧ୍ୟକ୍ଷ ଅମିତ ଚୌଧୁରୀ ଆଦି ଉପସ୍ଥିତ ରହି ଶ୍ରୀ ସିଂଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ବଲାଙ୍ଗିରର ବାଏପାସ ରୋଡ ସହ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା ହୋଇଥିଲା ।

jittmm
Leave A Reply

Your email address will not be published.