ପ୍ରଧାନଶିକ୍ଷକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ବେହେରାମାଲ କ୍ଲଷ୍ଟର ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବଡ଼ଭାଲୁପାଲି ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁନୀଲ କୁମାର ସେଠଙ୍କୁ ଗ୍ରାମବାସଙ୍‌ଙ୍କ ତରଫରୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ପ୍ରକୃତି ସଂରକ୍ଷଣ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଏହି ବିଦ୍ୟାଳୟକୁ ଗତ ୦୫-୧୦-୨୦୨୪ରେ ବନଖଣ୍ଡ ଅଧିକାରୀଙ୍କ କନଫେରେନ୍ସ ହଲ ଠାରେ ପ୍ରକୃତିମିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା । ଶ୍ରୀ ସେଠ ବନଖଣ୍ଡ ଅଧିକାରୀଙ୍କ ଠାରୁ କୋଡିଏ ହଜାର ଟଙ୍କାର ଚେକ ଓ ମାନପତ୍ର ଗ୍ରହଣ କରିଥିଲେ । ତେବେ ଆଜି ଶ୍ରୀ ସେଠକୁ ଗ୍ରାମର ଅଧିବାସୀମାନେ ହର୍ଷଉଲ୍ଲାସରେ ଗ୍ରାମ ପରିକ୍ରମା କରାଇ ସ୍ୱାଗତ କରିଥିଲେ । ସମଗ୍ର ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି ।

Leave A Reply

Your email address will not be published.