କଳାହାଣ୍ଡି ବେହେରାରେ ଉଦ୍‌ଘାଟିତ ହେଲା ୩୩ କେଭି.ର ନୂତନ ବିଦ୍ୟୁତ ସବଗ୍ରୀଡ଼

  • ୪୯ ପଞ୍ଚାୟତ ୩ଶହ ଗ୍ରାମର ୩୮ ହଜାର ଉପଭୋକ୍ତା ହେବେ ଉପକୃତ

କଳାହାଣ୍ଡି, (ପି କେ ସାହୁ) : ବିଭିନ୍ନ ସମୟରେ କଳାହାଣ୍ଡି ଜିଲ୍ଲାର ଦଣ୍ଡପାଟ ଓ ଧର୍ମଗଡ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ମୁଖ୍ୟ ସମସ୍ୟା ହୋଇ ଆସୁଥିଲା ଏବଂ ବିଦ୍ୟୁତ ବିଭ୍ରାଟ ଦେଖିବାକୁ ମିଳୁଥିଲା । ଗତ କିଛିଦିନ ତଳେ ଜନ ଅସନ୍ତୋଷ ସହ ବିରାଟ ଜନ ଆନ୍ଦୋଳନ ସୃଷ୍ଟି ହୋଇଥିଲା । ତେବେ ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ବିଦ୍ୟୁତ ପ୍ରକଳ୍ପ ବେହେରା ଠାରେ ୩୩ କେଭି ବିଦ୍ୟୁତ୍ ସବଷ୍ଟେସନ ଉଦ୍‌ଘାଟିତ ହେବା ଯୋଗୁଁଁ ଏବେ ଧର୍ମଗଡ ବ୍ଲକ, ଦଣ୍ଡାପାଟ ଅଞ୍ଚଳ, ଗୋଲାମୁୁଣ୍ଡା ଓ କୋକସରା ବ୍ଲକର ଉପଭୋକ୍ତାଙ୍କ ଦୁର ହେବ ବିଦ୍ୟୁତ ସମସ୍ୟା । କୋକସରା ବ୍ଲକ ଡେଙ୍ଗାଗୁଡାରୁ ସଂଯୋଗ ହୋଇଥିବା ବେହେରା ୩୩ କେ.ଭି ସବଷ୍ଟେସନ ରବିବାର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଏହାକୁ ଓଡିଶା ସରକାରଙ୍କ ମୁଖ୍ୟ ପରାମର୍ଶଦାତା ତଥା ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଓ ଶକ୍ତିମନ୍ତ୍ରୀ କ୍ୟାପେଟେନ ଦିବ୍ୟ ଶଙ୍କର ମିଶ୍ର ଉଦ୍‌ଘାଟନ କରିଛନ୍ତି ।

ପ୍ରକାଶ ଯେ, ଗତ କିଛି ବର୍ଷ ହେବ ଧର୍ମଗଡ ଓ ଦଣ୍ଡାପାଟ ଅଞ୍ଚଳରେ ବିଦ୍ୟୁତ ସମସ୍ୟା ମୁଖ୍ୟ ସମସ୍ୟା ହୋଇ ରହିଥିଲା । ତେବେ ଲୋକଙ୍କ ସମସ୍ୟାଙ୍କୁ ଦୃଷ୍ଟିରୁ ଏକ ଲେକାଭିମୁଖି ବିଦ୍ୟୁତ ପ୍ରକଳ୍ପର ଉଦ୍‌ଘାଟନ କାରଯାଇଛି । ବର୍ତ୍ତମାନ ୩୩ କେଭି ବିଦ୍ୟୁତ ସଂଯୋଗୀ କରଣ ପାଇଁ ଏହି ଅଞ୍ଚଳରେ ବିଦ୍ୟୁତ ସମସ୍ୟାର ଅନ୍ତ ଘଟିବ ବୋଲି ଜଣାଯାଇଛି । ସୂଚନା ଅନୁସାରେ ଧର୍ମଗଡ, କୋକସରା ଓ ଗୋଲାମୁଣ୍ଡା ବ୍ଲକର ୩ ଶହ ଗ୍ରାମର ପ୍ରାୟ ୪୯ ଗ୍ରାମ ପଞ୍ଚାୟତର ୩୮ ହଜାର ବିଦ୍ୟୁତ୍ ଉପଭୋକ୍ତା ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ ବୋଲି ସୂଚନା ମିଳିଛି । ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ବେହେରା ୩୩ ସବ୍‌ଗ୍ରୀଡ ଉଦ୍‌ଘାଟନ ହେବା ଫଳରେ ଅଞ୍ଚଳର ଜନ ସାଧାରଣ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମେତ ଶକ୍ତି ମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୈଷଧି ବାଗ, କଳାହାଣ୍ଡି ଜିଳ୍ଲାପାଳ ଡ. ଗାଭାଲି ପରାଗ ହର୍ଶଦ, ଉପଜିଲ୍ଲାପାଳ ସଚିନ ପୱାର, ପିଡି ଡିଆରଡିଏ ସୋମେସ ଉପାଧ୍ୟକ୍ଷ, ଧର୍ମଗଡ ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ପୁଝାରୀ, ଜିଲ୍ଲାପରିଷଦ ସଦସ୍ୟା ବିମଳା ବାଗ, ବେହେରା ସରପଞ୍ଚ ସୁଚିତ୍ରା ଗୋପାଳ ପ୍ରମୁଖ ଉପସ୍ଥିତ ରହିଥିଲେ ।

ପଶ୍ଚିମ ଓଡିଶା ବିକାଶ ଅଧ୍ୟକ୍ଷ ପରିଷଦ ଅସିତ ତ୍ରିପାଠୀ କହିଛନ୍ତି ଯେ, ଧର୍ମଗଡ଼ ଅଞ୍ଚଳର ବିଦ୍ୟୁତ ସରବରାହର ଉନ୍ନତି ହେବ ଓ ଲୋ ଭୋଲ୍ଟେଜ ସମସ୍ୟାରୁ ଧର୍ମଗଡ଼ ଓ ଗୋଲାମୁଣ୍ଡା ବ୍ଲକବାସୀ ବର୍ତ୍ତମାନ ଦୁରେଇ ରହିବେ । ଏହା ସହିତ ବିଭିନ୍ନ ଇନଫାଷ୍ଟ୍ରକଚର ମଧ୍ୟ ବୃଦ୍ଧି ପାଇବ ।

ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର କହିଛନ୍ତି ଯେ, ଗତବର୍ଷ ଗାନ୍ଧୀ ଜୟନ୍ତୀରେ କଳାହାଣ୍ଡିରେ ପ୍ରଥମ ଥର ପାଇଁ ଗ୍ରୀଡ଼ ସ୍ଥାପନ ହୋଇଥିଲା । କମ ସମୟ ମଧ୍ୟରେ ଡେଙ୍ଗାଗୁଡାରୁ ବେହେରା ସବ ଗ୍ରୀଡ଼କୁ ଇନ୍ଦ୍ରାବତୀର ବିଦ୍ୟୁତ ସଂଯୋଗୀକରଣ କରାଯାଥିଲା । ବର୍ତ୍ତମାନ ଧର୍ମଗଡ଼ ଓ ଗୋଳାମୁଣ୍ଡା ବ୍ଲକର ପ୍ରାୟ ୩୮୦୦ ଉପଭୋକ୍ତା ଏହାର ଲାଭ ପାଇବେ ।

Leave A Reply

Your email address will not be published.