
ପାଟଣାଗଡ, (କେପିଏନ୍ଏସ୍) : ମଦୁଆ ସ୍ୱାମୀର ଆକ୍ରମଣରେ ପତ୍ନୀ ଗୁରୁତର ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ସୂଚନା ଅନୁସାରେ ପାଟଣାଗଡ ବ୍ଲକ ଅନ୍ତର୍ଗତ ବନେଇମୁଣ୍ଡା ଗ୍ରାମରେ ଏହି ଘଟଣା ଘଟିଛି । ଫଗୁଣି ବରିହା ବନେଇମୁଣ୍ଡାର ଟିକେଶ୍ୱର ବରିହାଙ୍କୁ ବୈଦିକ ରୀତିରେ ବିବାହ କରିଥିବା ବେଳେ ସ୍ୱାମୀ ଟିକେଶ୍ୱର ମଦ୍ୟପାନ କରି ପ୍ରତ୍ୟହ ପତ୍ନୀ ଫଗୁଣିଙ୍କୁ ମାର୍ପିଟ କରୁଥିଲେ । ତେବେ ପତ୍ନୀ ଫଗୁଣି ନିଜ ବାପ ଘରକୁ ଯିବା ପାଇଁ ସ୍ୱାମୀ ଟିକେଶ୍ୱରଙ୍କୁ କହିବାରୁ ନୃଶଂସ ଟିକେଶ୍ୱର ଏକ ଖଣ୍ଡା ସାହାଯ୍ୟରେ ଫଗୁଣିଙ୍କୁ ଆକ୍ରମଣ କରିଥିଲା । ଏଥିରେ ଫଗୁଣିଙ୍କ ଦେହରେ ତଥା ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଥିଲା । ଏବେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଫଗୁଣି ଚିକିତ୍ସାଧୀନ ଥିବା ଜଣାପଡିଛି ।