ଫୋନ୍ ପାଇଁ ୧ ଲକ୍ଷ ୮୦ ହଜାରରେ ସ୍ତ୍ରୀକୁ ବିକିଲା ସ୍ୱାମୀ

  • ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ ସ୍ୱାମୀର ସ୍ମାର୍ଟ ଷଡ଼ଯନ୍ତ୍ର

ସଇଁନ୍ତଲା, (ଅଜିତ କୁମାର ସାହୁ) : ସ୍ତ୍ରୀର ଦାମ୍ ୧ ଲକ୍ଷ ୮୦ ହଜାର । ବୟସ ଛୋଟ, କାଣ୍ଡ ବଡ଼ । ୧୭ ବର୍ଷିଆ ସ୍ୱାମୀର ସାଂଘାତିକ ଷଡ଼ଯନ୍ତ୍ର । ଫେସବୁକରେ ପ୍ରେମ କଲେ । ମଣ୍ଡପରେ ବାହା ହେଲେ । ସ୍ମାର୍ଟ ଫୋନ ପାଇଁ ସ୍ମାର୍ଟ ସ୍ୱାମୀର ସ୍ମାର୍ଟ ଷଡ଼ଯନ୍ତ୍ର । ପ୍ରେମିକାରୁ ପତ୍ନୀ କଲା । ସାତ ଜନ୍ମକୁ ସାକ୍ଷୀ ରଖି ସାଥୀ କଲା । ବିବାହର ଦୁଇ ମାସ ପରେ ରାଜସ୍ଥାନ ଚାଲିଗଲେ ଭଉୟେ । ପ୍ରଥମେ ହାଇଦ୍ରାବାଦ ଏବଂ ପରେ ରାଜସ୍ଥାନର ମଞ୍ଜୁଲା ଗାଁର ଏକ ଇଟାଭାଟିରେ କାମ କରିବାକୁ ବାହାରି ପଡ଼ିଥିଲେ ପତ୍ନୀ-ପତି । ସେଠାରେ ଦୀର୍ଘ ଦିନ ରହିଥିଲେ । ଏକାଠି ଖାଉଥିଲେ, ଦୁହେଁ ଦୁହିଁଙ୍କ କଥା ବୁଝୁଥିଲେ । କିନ୍ତୁ ସ୍ମାର୍ଟ ଫୋନ କିଣିବାର ନିଶା ଆଗରେ, ପତ୍ନୀର ପ୍ରୀତି ପର ହୋଇଯାଇଥିଲା । ନିଜ ପତ୍ନୀକୁ ରାଜସ୍ଥାନର ଜଣେ ବ୍ୟକ୍ତିକୁ ବିକିବା ନେଇ ମୁଲଚାଲ କରିଥିଲା । ଆଉ ଶେଷରେ ଟଙ୍କା ଛିଣ୍ଡିଥିଲା ୧ ଲକ୍ଷ ୮୦ ହଜାରରେ । ତେବେ ଏଭଳି ଏକ ସାଂଘାତିକ ଅଭିଯୋଗ ହୋଇଛି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ସୁଲେକେଲା ଗାଁରେ । ସୂଚନା ଅନୁସାରେ ଗାଁର ସରୋଜ ରଣା ତିନି ମାସ ତଳେ ସଇଁତଲା ଥାନା ଅଂଚଳର ଜଣେ ଯୁବତୀଙ୍କୁ ଜୁଲାଇ ମାସରେ ବିବାହ କରିଥିଲେ । ପରେ ଦୁହେଁ ପାରମ୍ପରିକ ରୀତିନୀତି ଅନୁସାରେ ବିବାହ କରିଥିଲେ । ଆଉ ବିବାହର ତିନି ମାସ ପରେ କାମ ପାଇଁ ବାହାର ରାଜ୍ୟକୁ ଯାଇଥିଲେ । ରାଜସ୍ଥାନର ମଞ୍ଜୁଲା ଗାଁରେ ପତ୍ନୀକୁ ନେଇ କାମ କରୁଥିବା ସ୍ୱାମୀ ରାଜେଶ ଦଲାଲ ସାହାଯ୍ୟରେ ଜଣେ ୫୫ ବର୍ଷୀୟ ବ୍ୟକ୍ତିଙ୍କୁ ନଜ ସ୍ତ୍ରୀକୁ ବିକିବାକୁ ମୂଳଚାଳ କରିଥିଲେ । ୧ ଲକ୍ଷ ୮୦ହଜାର ଟଙ୍କାରେ । ପରେ ଯୁବକ ବହୁତ ବୁଲାବୁଲି କରିଥିଲେ । ଯାହା ମନ ହେଉଥିଲା କିଣୁଥିଲେ । ଏମିତିକି ଗୋଟେ ସ୍ମାର୍ଟ ଫେନନ ମଧ୍ୟ କିଣିଥିଲେ । ଆଉ ନିଜ ଉପାର୍ଜିତ ଅର୍ଥ କହି ବାପାଙ୍କୁ ମଧ୍ୟ ବୁଲାଇ ନେଇଥିଲେ । ତେବେ ଏଇଠି ଅଟକିନଥିଲା ରାଜେଶର ପ୍ଲାନ, ବିକ୍ରି କରିବାର କିଛି ଦିନ ପରେ ସରୋଜ ନିଜ ଆଡୁ ଶ୍ୱଶୂର ଘରକୁ ଫୋନ କରିଥିଲେ ଏବଂ ତାଙ୍କ ଝିଅ ଅନ୍ୟଜଣେ ଯୁବକ ସହ ଫେରାର ହୋଇ ଯାଇଥିବା କହିଥିଲେ । କିନ୍ତୁ ଏକଥାକୁ ବିଶ୍ୱାସ କରିନଥିଲେ ଶ୍ୱଶୂର ଘର ଲୋକେ ଓ ବେଲପଡା ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ପରେ ଯୁବକଙ୍କ କଥାରୁ କିଛି ଆଭାସ ପାଇ ପୋଲିସ ଆରମ୍ଭ କରିଥିଲା ତଦନ୍ତ । ରାଜସ୍ଥାନର ଉକ୍ତ ଅଞ୍ଚଳ ଗସ୍ତ କରିଥିଲା ବଲାଙ୍ଗିର ପୋଲିସର ଏକ ଟିମ୍‌ । ରାଜସ୍ଥାନ ପୋଲିସ ସାର୍ହ୍ୟାରେ ସେହି ୫୫ ବର୍ଷୀୟ ବ୍ୟକ୍ତିଙ୍କ ଘରେ ପହଁଚିଥିଲା ବଲାଙ୍ଗିର ପୋଲିସ । ଲକ୍ଷାଧିକ ଟଙ୍କା ଦେଇ ମହିଳାଙ୍କୁ କିଣିଥିବା ଦାବୀ କରିଥିଲେ ବୟସ୍କ ବ୍ୟକ୍ତି ଜଣକ । କିନ୍ତୁ ମହିଳା ଜଣଙ୍କ ବଖାଣିଥିଲେ ସ୍ୱାମୀର ସବୁ ଷଡଯନ୍ତ୍ର । ତେବେ ଏଭଳି ଘଟଣାକୁ ନେଇ ଏବେ ଚାରି ଆଡ଼େ ଅନେକ ଚର୍ଚ୍ଚା ।

Leave A Reply

Your email address will not be published.