oom

ମନ୍ଦିର ପ୍ରତିଷ୍ଠା ଓ ରାଧାମୋହନ ଦେବଙ୍କ ବିଗ୍ରହ ସ୍ଥାପନ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ରେଂଚଞ୍ଚ ପଞ୍ଚାୟତର ପଲ୍ଲୀ ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଓ ରାଧାମୋହନ ଦେବଙ୍କ ବିଗ୍ରହ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରେରେ ଗ୍ରାମରେ ଗତ ୨୮ ତାରିଖଠାରୁ ପୂଜା ଅର୍ଚ୍ଚନା ଆରମ୍ଭ କରାଯାଇଥିଲା । ଅଙ୍କୁରା ରୋପଣ, ଜଳଯାତ୍ରା, ଶାଲାମଣ୍ଡନ, ଅଗ୍ନିସ୍ଥାପନ, ଆଳତୀ, ପୁଷ୍ପାଞ୍ଜଳି, ସୂର୍ଯ୍ୟପୂଜା, ଶାଲାପୂଜା, ଗୀତାପାଠ, ଆହୁତୀ, ବିଗ୍ରହ ସ୍ନାନ, ବିଗ୍ରହ ନ୍ୟାସ, ନଗର ଭ୍ରମଣ, ମନ୍ଦିର ପ୍ରବେଶ, ପୂର୍ଣ୍ଣା ଆହୂତୀ, ଭଜନ ସମାରୋହ ଆଦି କାର୍ଯ୍ୟ ମୁଖ୍ୟ ପୂଜକ ପ୍ରମୋଦ ପାଢି ଦ୍ୱାରା ସମାପନ କରାଯାଇଥିଲା । ଗ୍ରାମର ୨୭ ଜଣ ମହିଳା ପୁରୁଷ ଗ୍ରାମ୍ୟ ଶିମିଳି ମୁହଁ ପୋଖରୀରୁ କଳସ ବୁଡାଇ ଯଜ୍ଞମଣ୍ଡପରେ ସ୍ଥାପନ କରିଥିଲେ । କର୍ତ୍ତା ଭାବରେ ବୈକୁଣ୍ଠ ସ୍ୱାଇଁ ଓ ଧର୍ମପତ୍ନୀ ଲକ୍ଷ୍ମୀ ସ୍ୱାଇଁ କାର୍ଯ୍ୟ ନିର୍ବାକ କରିଥିଲେ । ଦୀର୍ଘ ୫୦ ବର୍ଷ ତଳେ ଏହି ମନ୍ଦିରର ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ହେବା ପାଇଁ ଗ୍ରାମରେ ଏକ କମିଟି ଗଠନ କରାଯାଇଥିଲା । ଏହି କମିଟିର ସଭାପତି ଜଗନ୍ନାଥ ପରିଡା, ସମ୍ପାଦକ ବୈକୁଣ୍ଠ ସ୍ୱାଇଁ, କୋଷାଧ୍ୟକ୍ଷ ନରେନ୍ଦ୍ର ରାଉତ, ଉପଦେଷ୍ଟା ଅଭିମନ୍ୟୁ ସାମନ୍ତରାୟ ପ୍ରମୁଖ ନେତୃତ୍ୱ ନେଇ ନିର୍ମାଣ କାର୍ଯ୍ୟ ସମାପନ କରିବାରେ ସହଯୋଗ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମିହିରରଞ୍ଜନ ମୁଦୁଲି, ସୁରେନ୍ଦ୍ର ମାଝି, ଚକ୍ରଧର ରାଉତ, କାହ୍ନୁଚରଣ ଖଟେଇ, ଭାଗୀରଥି ସ୍ୱାଇଁ, ଦାଶରଥି ସାମନ୍ତରାୟ, ବିଦ୍ୟାଧର ପରିଡା, ସୋମନାଥ ପରିଡା, ଅକ୍ଷୟ ରାଉତ, ମାନସ ସ୍ୱାଇଁ, ରତ୍ନାକର ବେହେରା, ପ୍ରାଣନାଥ ପ୍ରଧାନ, ପିଣ୍ଟୁ ସାମନ୍ତରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.