oom

ଘସିଆନ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ପୁରସ୍କାର ସ୍ଥାପନ ସଭା ଅନୁ‌ଷ୍ଠିତ

jsmm

ପାଟଣାଗଡ଼, (କେପିଏନ୍‌ଏସ୍‌) : ଆଜି ପାଟଣାଗଡ଼ ଉପଖଣ୍ଡ ସ୍ଥିତ ଘସିଆନ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଏକ ପୁରସ୍କାର ସ୍ଥାପନ କରାଯାଇଛି । ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରିଙ୍କ କର କମଳରେ ଏହା ଅର୍ପିତ ହୋଇଛି। ପୁରସ୍କାର ରାଶି ଓଡିଶା ପ୍ରଶାସନିକ ସେବା ଅଧିକାରୀ ପଦ୍ମନାଭ ପୁରୋହିତଙ୍କ ଦ୍ଵାରା ପ୍ରଦତ୍ତ ହେଇଥିବା ବେଳେ ତାଙ୍କ ସ୍ବର୍ଗତ ପିତାଙ୍କ ନାମରେ ମୁରଲୀଧର ପୁରୋହିତ ସ୍ମାରକୀ ପୁରସ୍କାର ଭାବେ ଏହା ନାମିତ ହେବ ।

ପ୍ରତ୍ୟକ ବର୍ଷ ଅଧ୍ୟକ୍ଷ ଏହାର ସୁଧ ରାଶିରେ ଜଣେ ଗରିବ ଛାତ୍ରଙ୍କୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିପାରିବେ ବୋଲି କୁହାଯାଇଛି। ଉପ ଜିଲ୍ଲାପାଳ ତଥା ପରିଚାଳନା କମିଟିର ସଭାପତି ସୋମନାଥ ପ୍ରଧାନ ଏବଂ ପାଟଣାଗଡ଼ ତହସିଲଦାର ଡା. ପୁଷ୍ପାଞ୍ଜଳି ପଣ୍ଡା ମଧ୍ୟ ଉକ୍ତ ପୁରସ୍କାର ସ୍ଥାପନ ସଭାରେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.