ବଜ୍ରକାପ୍ତା ଚୋରା ଚାଲାଣକାରୀଙ୍କୁ ଧରିଲା ଏସ୍‌ଟିଏଫ୍‌ ଟିମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରକାପ୍ତାର ଚୋରା ଚାଲାଣ ବେଳେ ଏସ୍‌ଟିଏଫ୍‌ ଟିମ୍‌ ଦ୍ୱାରା ଧରାପଡ଼ିଛନ୍ତି ଜଣେ ଅଭିଯୁକ୍ତ । ଅଭିଯୁକ୍ତଙ୍କ ଠାରୁ ବଜ୍ରକାପ୍ତା ମଧ୍ୟ ଉଦ୍ଧାର ହୋଇଥିବା ଜଣାପଡ଼ିଛି । ତେବେ ସୂଚନା ଅନୁସାରେ ଦେଓଗାଁ ଆଖପାଖ ଅଂଚଳରୁ ବଜ୍ରକାପ୍ତାର ଚୋରା ଚାଲାଣକାରୀଙ୍କୁ କାବୁ କରିଛି ଏସ୍‌ଟିଏଫ୍‌ ଟିମ୍‌ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । କୁହାଯାଉଛି ଯେ, ରୀତିମତ ବଜ୍ରକାପ୍ତାର ଚୋରା ଚାଲାଣ ହେଉଥିବା ନେଇ ସୂଚନା ପାଇବା ପରେ ସଂପୃକ୍ତ ଚାଲାଣକାରୀଙ୍କୁ ଏସ୍‌ଟିଏଫ୍‌ ଟିମ୍‌ କାବୁ କରିବା ପାଇଁ ପଦକ୍ଷେପ ନେଇ ସଫଳ ହୋଇପାରିଛି ।

Leave A Reply

Your email address will not be published.