ଉଦଘାଟିତ ହେଲା ଷ୍ଟେଲ୍ଲାର ଏଣ୍ଟରପ୍ରାଇଜେସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ଅନଲାଇନ ଜିନିଷ କିଣିବା ହେଲା ଆହୁରି ସହଜ । ଫ୍ଲିପକାର୍ଟ ଓ ଆମାଜନରୁ ଜିନିଷ କିଣିବା ପାଇଁ ଗତ ଶୁକ୍ରବାର ପଦ୍ମପୁରଠାରେ ବୋରାସମ୍ବର ପଡ଼ିଆ ସାମନାରେ ଆମାଜନ ଇଜି ଷ୍ଟୋର ଓ ଫ୍ଲିପକାର୍ଟ ବାଇଜୋନ ଉଦ୍‌ଘାଟିତ ହୋଇଛି । ପଦ୍ମପୁର ସହରର ଯୁବ ଉଦ୍ୟମୀ ରୀତେଶ ରଂଜନ ମେହେର ଏହି ଅଭିନବ ଉଦ୍ୟୋଗକୁ ଷ୍ଟେଲ୍ଲାର ଏଣ୍ଟରପ୍ରାଇଜେସ ନାମରେ ଆରମ୍ଭ କରିଛନ୍ତି । ଏହାର ମାଧ୍ୟମରେ ଲୋକେ ଯେକୌଣସି ଜିନିଷ ଅନଲାଇନ ମାଧ୍ୟମରେ ଆହୁରି କମ୍‌ ମୂଲ୍ୟରେ କ୍ରୟ କରି ପାରିବେ । ପଦ୍ମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜନକଲାଲ ମେହେର ଓ ନିଖିଳ ଓଡ଼ିଶା ମେହେର ସମାଜର କାର୍ଯ୍ୟକାରୀ ସଭାପତି ସୁରେନ୍ଦ୍ର ମୋହନ ମେହେର ଏହି ଉଦ୍ୟୋଗଟିର ଶୁଭ ଉଦ୍‌ଘାଟନ କରିଥିଲେ । ଏହି ଅବସରରେ ଉଦ୍ୟୋଗୀ ରୀତେଶଙ୍କ ସମଗ୍ର ପରିବାର ବର୍ଗ, ବନ୍ଧୁ ତଥା ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.