ରାଜ୍ୟସ୍ତରୀୟ ଡିସକସ ଥ୍ରୋ ପ୍ରତିଯୋଗିତାରେ ସିଲଭର ମେଡାଲ ପାଇ ଜାତୀୟସ୍ତରକୁ ଉନ୍ନୀତ ହେଲେ ତୃଷ୍ଣା ବେହେରା

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଅଗ୍ରଣୀ ସ୍କୁଲ ଭିତରୁ ପ୍ରଭାବତୀ ପବ୍ଲିକ ସ୍କୁଲ ଅନ୍ୟତମ । ଏହି ସ୍କୁଲରେ ପଢୁଥିବା ଛାତ୍ରୀ ତୃଷ୍ନା ବେହେରା ଭୁବନେଶ୍ୱର କୀଟସ ଇଣ୍ଟର ନେସନାଲ ସ୍କୁଲ ଠାରେ ଆୟୋଜିତ ୧୭ ବର୍ଷରୁ କମ ରାଜ୍ୟସ୍ତରୀୟ ଡିସକସ ଥ୍ରୋ ପ୍ରତିଯୋଗିତାରେ ସିଲଭର ମେଡାଲ ହାସଲ କରିଛନ୍ତି । ଏଠାରେ ଭଲ ପ୍ରଦର୍ଶନ କରିଥିବା ଯୋଗୁଁ ଜାତୀୟସ୍ତରର ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଏହି ସଫଳତା ହାସଲ କରିଥିବା ଯୋଗୁଁ ପିତା ପ୍ରଶାନ୍ତ ବେହେରା, ମାତା ସୁଶ୍ରିତା ବେହେରା, ସ୍କୁଲ ଅଧ୍ୟକ୍ଷା ଡଃ. ସୁନନ୍ଦା ଜଟି, ସ୍କୁଲ ଉପାଧ୍ୟକ୍ଷ ପିତାମ୍ବର ଶର୍ମା, ଏକାଡେମିକ ଡ଼ାଇରେକ୍ଟର ଏଡ୍‌ମିନ ଧରିତ୍ରୀ ମହାନ୍ତି ଓ ସ୍କୁଲର ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତୃଷ୍ନାଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କର ଉତ୍ତୋରତ୍ତର କାମନା କରିଛନ୍ତି । ଜାତୀୟସ୍ତରର ପ୍ରତିଯୋଗିତା ଭାରାନାସି ଠାରେ ଅନୁଷ୍ଠିତ ହେବ ।

Leave A Reply

Your email address will not be published.